କୁଚିଣ୍ଡାରେ ଭାଇରାଲ ହେଲା ଭିଡିଓ : ଜଙ୍ଗଲରେ ୨ ଛାତ୍ରୀଙ୍କୁ ନିର୍ଯାତନା

ସମ୍ବଲପୁର/କୁଚିଣ୍ଡା : ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଏକ ସାଂଘାତିକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କିଛି ଯୁବକ ୨ ଜଣ ଛାତ୍ରୀଙ୍କୁ ଘେରି ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି।

ଉକ୍ତ ଅଞ୍ଚଳର ଏକ ଜଣାଶୁଣା କଲେଜ୍‌ର ୟୁନିଫର୍ମରେ ଥିବା ଦୁଇଜଣ ଛାତ୍ରୀ ଜଣେ ଯୁବକଙ୍କ ସହ ମାଟି ରାସ୍ତା ଥିବା ଏକ ଜଙ୍ଗଲିଆ ଅଞ୍ଚଳକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଦଳେ ଦୁର୍ବୃତ୍ତ ଘେରି ଯାଇଥିଲେ। ଦୁର୍ବୃତ୍ତମାନେ ଜଣେ ଛାତ୍ରୀଙ୍କର ମୋବାଇଲ ଛଡ଼ାଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ୫ ହଜାର ଟଙ୍କା ଦାବି କରିଥିଲେ। ସେମାନଙ୍କୁ ଛାଡ଼ି ଦେବା ପାଇଁ ଛାତ୍ରୀ ଦ୍ବୟ ଗୋଡ଼ ଧରି ନେହୁରା ହୋଇଥିଲେ। କିନ୍ତୁ ଦୁର୍ବୃତ୍ତମାନଙ୍କ ହୃଦୟ ତରଳିନଥିଲା। ସେମାନେ ମୋବାଇଲ ନଦେଇ ଜଣେ ଛାତ୍ରୀଙ୍କୁ ଟଣାଓଟରା କରିଥିଲେ।

ଛାତ୍ରୀ ଦ୍ବୟଙ୍କ ବିକଳ କନ୍ଦାକଟା ମଧ୍ୟରେ ୪ ମିନିଟ୍‌ ୪୭ ସେକେଣ୍ଡ ଲମ୍ବା ଭିଡିଓଟିର ଶେଷ କେଇ ସେକେଣ୍ଡ ଅତ୍ୟନ୍ତ ସାଂଘାତିକ। ଭିଡିଓର ଶେଷ ଭାଗରେ ଅନ୍ୟ ଉପାୟ ନପାଇ ଜଣେ ଛାତ୍ରୀ ଦୁର୍ବୃତ୍ତଙ୍କ ସହ ଜଙ୍ଗଲ ଭିତରକୁ ଯାଇ ବୁଝାମଣା କରିବାକୁ ରାଜି ହୋଇଥିଲେ। ଫଳରେ ଦୁର୍ବୃତ୍ତମାନେ ଅନ୍ୟ ଛାତ୍ରୀଙ୍କୁ କନ୍ଦାକଟା ନକରି ଚୁପ୍‌ଚାପ ଛିଡ଼ା ହେବାକୁ ଧମକ ଦେଇଥିଲେ। ଏପରିକି, ଦୁଇଜଣ ଯୁବକ ଜଣେ ଛାତ୍ରୀଙ୍କୁ ଟ୍ରାକ୍ଟର କଡ଼କୁ ନେଇ ଅସଦାଚରଣ କରିଥିଲେ, ଯାହାକି ଉତ୍ତୋଳିତ ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ଭାଇରାଲ୍‌ ହେବାପରେ କୁଚିଣ୍ଡାରେ ଅଞ୍ଚଳରେ ନାହିଁ ନଥିବା ଚର୍ଚ୍ଚା!!!

ସମ୍ବନ୍ଧିତ ଖବର