କୁନ୍ଦୁଲୀ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା କୁନ୍ଦୁଲୀ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ଆଜି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଆଇଜି ପାହ୍ୟାର ୩ ଜଣ ପୁଲିସ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ପୀଡିତାଙ୍କ ଓକିଲ ତଥା ମାନବାଧିକାର କର୍ମୀ ଶ୍ରୀଜି ଭବସର କହିଛନ୍ତି ଯେ ରାଜ୍ୟ କ୍ରାଇମ ବ୍ରାଞ୍ଚ ଏହି ମାମଲା ବନ୍ଦ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ପୀଡିତାଙ୍କ ମା ଓ ଅନ୍ୟମାନେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଏହାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ କେଏସ ଜାଭେରୀ କହିଛନ୍ତି ଯେ ଏହି ମାମଲାର ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ, କାରଣ କୋର୍ଟ ନିଜେ ଏହି ଏସଆଇଟି ତଦନ୍ତର ତଦାରଖ କରିବେ ।
ଗତ ଅଗଷ୍ଟ ୩ ତାରିଖରେ ହାଇକୋର୍ଟ କୁନ୍ଦୁଲୀ ମାମଲାର ଧୀମା ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରି ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର