ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେବା ଗମାଙ୍ଗ। ଦଳ ମଧ୍ୟରେ କ୍ରମାଗତ ଭାବେ ଅବହେଳାର ଶିକାର ହେଉଥିବା ଅଭିଯୋଗ କରି ଆଜି ଶ୍ରୀମତୀ ଗମାଙ୍ଗ ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ କଂଗ୍ରେସ ଦଳ ସହିତ ନିଜର ଦୀର୍ଘ ଦିନର ରାଜନୈତିକ ସମ୍ପର୍କ ଛିନ୍ନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୂର୍ବତନ ସାଂସଦ ତଥା ଗିରିଧର ଗମାଙ୍ଗଙ୍କ ପତ୍ନୀ ବିଜେପିରେ ଯୋଗ ନ ଦେଇ ବିଜେଡ଼ିସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଦଳରେ ସାମିଲ ହୋଇଥିଲେ। ଏପରିକି ୨୦୧୪ ମସିହାରେ ସେ ବିଜେଡି ଟିକେଟରେ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ମାତ୍ର ପରାଜିତ ହୋଇଥିଲେ। ତେବେ ଗତ କିଛି ଦିନ ହେବା ହେମା ଗମାଙ୍ଗ ବିଜେଡି ଦଳ ବିରୋଧରେ ଗଣମାଧମରେ ବିବୃତ୍ତି ଦେଇ ଦଳରେ ତାଙ୍କୁ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରି ଆସୁଥିଲେ।

ସମ୍ବନ୍ଧିତ ଖବର