ଲ୍ୟାଣ୍ଡ ଇଣ୍ଡିଆ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

କଟକ : ଲ୍ୟାଣ୍ଡ ଇଣ୍ଡିଆ ରିଅଲ ଇଷ୍ଟେଟ ପ୍ରାଇଭେଟ ଲିମିଟେଡ ଓ ଲ୍ୟାଣ୍ଡ ଇଣ୍ଡିଆ ଆସେଟସ୍‌ ଇଣ୍ଡିଆ ସଂସ୍ଥା ନିର୍ଦ୍ଦେଶକ ବ୍ରଜସୁନ୍ଦର ମିଶ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଡକ୍ଟର ଜଷ୍ଟିସ ଡି.ପି.ଚୌଧୁରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମିଶ୍ରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ୧ଲକ୍ଷ ଟଙ୍କା ଦୁଇଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନରେ ଛାଡିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜାମିନରେ ଛାଡ ପାଇବା ପାଇଁ ସେ ୫୦ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଦାଖଲ କରିବେ ବୋଲି ସର୍ତ୍ତାରୋପ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ରାୟ ମାମଲା ପରିଚାଳନା କରୁଥିଲେ। ଏହି ମାମଲାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ତଦନ୍ତକାରୀ ଅଧିକାରୀ କୋର୍ଟରେ ହାଜର ହୋଇ କମ୍ପାନିର ଜବତ ହୋଇଥିବା ସଂପତ୍ତି ତାଲିକା ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର