ମୁଁ ସଂପୂର୍ଣ୍ଣ ରୂପେ ଫିଟ ଅଛି, ମୁଁ ଭଲ ଓଡ଼ିଆ କହିପାରେ: ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମାତ୍ର ଦୁଇ ଦିନ ପରେ ସପ୍ତଦଶ ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଓ ବ୍ୟାୟାମ ସଂପର୍କୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମକୁ ନୀବନ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛି। ବିଜେଡିର ଉତ୍ତରାଧିକାରୀ ସଂକର୍ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉପଯୁକ୍ତ ସମୟରେ ଲୋକେ ନେତା ବାଛିବେ। ଭଉଣୀ ଗୀତା ମେହେଟ୍ଟାଙ୍କର ରାଜନୀତିରେ ଆସିବାର ନାହିଁ। ଓଡ଼ିଆ ଭାଷା କହିବା ନେଇ ନବୀନ କହିଛନ୍ତି, ମୁଁ ଭଲ ଓଡ଼ିଆ କହିପାରେ।

ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ ନ ହେବା ନେଇ ନବୀନ କହିଛନ୍ତି, ସେହି ସମୟର ସ୍ଥିତିକୁ ଆମେ ହାଲୁକା ଭାବରେ ନେଇଥିଲୁ। ଏହାରି ମଧ୍ୟରେ ଆମେ ସ୍ଥିତି ସୁଧାରି ସାରିଛୁ। ପଂଚାୟତ ନିର୍ବାଚନରେ ମୁଁ ପ୍ରଚାର କରି ନଥିଲି।

ସମ୍ବନ୍ଧିତ ଖବର