ଭୁବନେଶ୍ୱର: ଭୁବନେଶ୍ୱର-କଟକ ଟ୍ଵିନ୍ ସିଟିର ନୂତନ ପୁଲିସ କମିସନର ଭାବେ ଆଜି ବରିଷ୍ଠ ଆଇପିଏସ ଅଫିସର ତଥା ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରସ୍ଥିତ କମିସନରେଟ୍ ପୁଲିସ୍ର ମୁଖ୍ୟାଳୟଠାରେ ଦିନ ସାଢ଼େ ୧୧ଟା ବେଳେ ଶ୍ରୀ ମହାନ୍ତି ଙ୍କୁ ପୁଲିସ କମିସନର ଓ୍ଵାଇ ବି ଖୁରାନିଆ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଡା. ଆର ପି ଶର୍ମା ପୁଲିସ ମହାନିର୍ଦ୍ଦେଶକଭାବେ ଦାୟିତ୍ୱ ନେବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଫିସର ଓ୍ଵାଇ ବି ଖୁରାନିଆ କମିସନର ଭାବେ ଦାୟିତ୍ୱ ନେଇଥିଲେ। ତେବେ ନିକଟରେ ରାଜ୍ୟ ସରକାର ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଯେଉଁ ଅଦଳବଦଳ କରିଥିଲେ ଏଥିରେ ୧୯୮୮ ମସିହା ବ୍ୟାଚ୍ର ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଭୁବନେଶ୍ୱର- କଟକ କମିସନରେଟ ପୁଲିସର କମିସନର ଭାବେ ନିଯୁକ୍ତି ଦେଇଥିଲେ। ମାତ୍ର ସେତେବେଳେ ଶ୍ରୀ ମହାନ୍ତି ପୁଲିସ ଡିଜି ଡା. ଶର୍ମାଙ୍କ ଅନୁପସ୍ଥିତିରେ ପୁଲିସ ମହାନିର୍ଦ୍ଦେଶକ ( ଇନ୍ଚାର୍ଜ) ଭାବେ ଥିବାରୁ ସେ ସଙ୍ଗେ ସଙ୍ଗେ ତାଙ୍କ ନୂତନ ପଦବିରେ ଯୋଗ ଦେଇ ପାରି ନ ଥିଲେ। ତେବେ ପୁଲିସ ଡିଜି ଡା. ଶର୍ମା ଛୁଟିରୁ ଫେରି ମହାନିଦ୍ଦେଶକ ପଦବି ସମ୍ଭାଳିବା ପରେ ଆଜି ଶ୍ରୀ ମହାନ୍ତି ଭୁବନେଶ୍ୱର ଆସି ଟ୍ଵିନ୍ ସିଟିର କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।