ଏସଟିଏଫ୍ ଦାୟିତ୍ବ ନେଲେ କୋଏଲ

ଭୁବନେଶ୍ବର : କ୍ରାଇମବ୍ରାଞ୍ଚର ସ୍ପେସାଲ ଟାକ୍ସ ଫୋର୍ସ( ଏସଟିଏଫ୍) ଆଇଜି ଭାବେ ଆଜି ଆଇପିଏସ୍‌ ଯତୀନ୍ଦ୍ର କୋଏଲ ଯୋଗ ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

୨୦୦୦ ବ୍ୟାଚ୍‌ର ଆଇପିଏସ୍ ଶ୍ରୀ କୋଏଲ ପ୍ରଥମେ କେନ୍ଦୁଝର, କନ୍ଧମାଳ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ। ପରେ ସେ କ୍ରାଇମବ୍ରାଞ୍ଚ ଏସ୍‌ପି ଭାବେ ଯୋଗ ଦେଇଥିଲେ। ଏସ୍‌ପି ସିବିଆଇ, ଡିଆଇଜି ସିବିଆଇ ଭା‌ବେ ତାଙ୍କ କାର୍ଯ୍ୟ ମଧ୍ୟ ବେଶ ପ୍ରଶଂସନୀୟ ହୋଇଥିଲା। ଏହା ପରେ ସେ ତାଳଚେର ଡିଆଇଜି, ଭିଜିଲାନ୍ସ ଆଇଜି ଭାବେ ଯୋଗ ଦେଇଥିଲେ। ନିକଟରେ ଡିଆଇଜି ହିମାଂଶୁ ଲାଲଙ୍କୁ ବଦଳି କରାଯାଇ ଶ୍ରୀ କୋଏଲଙ୍କୁ୍ ସରକାର ଏହି ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିଲେ।

ସମ୍ବନ୍ଧିତ ଖବର