କାଳିଆ ଅଡୁଆ : ସୁଧକୁ ନେଇଗଲେ ବ୍ୟାଙ୍କ

ତାଗିଦ କଲେ ରାଜ୍ୟ ସରକାର

ଭୁବନେଶ୍ବର : ଚାଷୀଙ୍କୁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର କାଳିଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଅଥଚ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କ ଜମା ଖାତାକୁ ଯାଇଥିବା ଟଙ୍କାକୁ କେତେକ ବ୍ୟାଙ୍କ ଋଣ କିସ୍ତି ଓ ଅନ୍ୟ ବାବଦରେ ଚାଷୀଙ୍କ ଆକାଉଣ୍ଟରୁ କାଟି ଦେଇଛନ୍ତି । ଏ କଥା ଜଣାପଡ଼ିବା ପରେ କୃଷି ବିଭାଗ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଏ ନେଇ ଗତମାସ ୩୦ ତାରିଖରେ ରିଜର୍ଭ ବ୍ୟାଙ୍କ ସମେତ ୧୪ଟି ରାଷ୍ଟ୍ରାୟତ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖି ତୁରନ୍ତ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଡାକିଥିଲେ । ନାବାର୍ଡ଼, ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଆଲହାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଓ ରାଜ୍ୟ ସମବାୟ ବ୍ୟାଙ୍କକୁ ଚିଠି ଲେଖାଯାଇଥିଲା ।

ଗୁରୁବାର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ କାଳିଆ ସହାୟତା ବାବଦ ଟଙ୍କା କୌଣସି ପ୍ରକାରେ ଚାଷୀଙ୍କ ଆକାଉଣ୍ଟରୁ ନକାଟିବାକୁ ବ୍ୟାଙ୍କମାନଙ୍କୁ କହିଥିଲେ । କାଳିଆ ଯୋଜନା କାର୍ଯ୍ୟକାରି କରିବାରେ ସରକାରଙ୍କୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବ୍ୟାଙ୍କ ସମୂହ ।

ସମ୍ବନ୍ଧିତ ଖବର