ମାଓ ଗୁଳିରେ ମହିଳା ଜିଆରଏସ୍‌ଙ୍କ ମୃତ୍ୟୁ ଘଟଣା : ୪ ଦିନ ପରେ ପରିବାରକୁ ଭେଟିଲା ପ୍ରଶାସନ

ଫୁଲବାଣୀ : ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିମାଡରେ ମୃତ୍ୟୁବରଣ କରିଥିବା ପୋଲିଂ ଚେକିଂ ଟିମ୍‌ର ସୁପର୍‌ଭାଇଜର୍‌ ତଥା ମହିଳା ଜିଆର୍‌ଏସ୍‌ ସଂଯୁକ୍ତା ଦିଗାଲଙ୍କୁ ପରିବାରକୁ ୪ ଦିନ ପରେ ପ୍ରଶାସନ ଭେଟିଛି। କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି. ଲଦାପଦର ଗାଁକୁ ଯାଇ ମୃତ ସଂଯୁକ୍ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାପାଳ ଡା.ବୃନ୍ଦା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ। ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ମିଳିବ। ଏଥିସହିତ, ଯୁକ୍ତ ୩ ପଢୁଥିବା ମୃତ ସଂଯୁକ୍ତାଙ୍କ ସାନଭାଇ ରଘୁନାଥଙ୍କ ପାଠପଢା ସବୁ ଖର୍ଚ୍ଚ ପ୍ରଶାସନ ପକ୍ଷରୁ ବହନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିବା ମୃତ ସଂଯୁକ୍ତାଙ୍କ ସ୍ବାମୀ ଜିମେନ୍ଦ୍ର ଦିଗାଲ କହିଛନ୍ତି।

ଜିଲ୍ଲାପାଳଙ୍କ ସହ ଫିରିଙ୍ଗିଆ ବିଡିଓ ପ୍ରବୀଣ କୁମାର ବାଣୁଆ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଗତ ୧୭ ତାରିଖ ଦିନ କନ୍ଧମାଳ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ବାଲନ୍ଦାପଡାଠାରୁ ୧୨ କିଲୋମିଟର ଦୂର ବାରାହାଲ ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ସହ ଗୁଳିମାଡ କରିଥିଲେ। ଏହି ସମୟରେ ପୋଲିଂ ଚେକିଂ ଟିମ୍‌ ସହ ଯାଉଥିବା ସଂଯୁକ୍ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଘଟଣାସ୍ଥଳରେ ସଂଯୁକ୍ତା ଟଳି ପଡିଥିଲେ। ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର