ଭୀମକୁଣ୍ଡରେ ଭାସିଗଲେ କାଉଡ଼ିଆ

ଠାକୁରମୁଣ୍ଡା : ଶ୍ରାବଣ ସୋମବାରରେ ଭୀମକୁଣ୍ଡକୁ ଶିବଙ୍କ ଜଳାଭିଷେକ କରିବାକୁ ଯାଇ ବୈତରଣୀ ନଦୀରେ ଭାସିଯାଇଛନ୍ତି ଜଣେ କାଉଡ଼ିଆ। ସେ ହେଉଛନ୍ତି ଠାକୁରମୁଣ୍ଡା ନିକଟବର୍ତ୍ତୀ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅସନବଣି ଗ୍ରାମର ଭରତ ମହାନ୍ତଙ୍କ ପୁଅ ଜଗନ୍ନାଥ(୩୦)। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ଠାକୁରମୁଣ୍ଡାରୁ ୧୦ କିମି ଦୂର ପଣସଡିହା ପଞ୍ଚାୟତ ଅସନବଣି ଗ୍ରାମର ଜଗନ୍ନାଥ ଅନ୍ୟମାନଙ୍କ ସହ ମିଶି ଭୀମକୁଣ୍ଡକୁ ଜଳାଭିଷେକ ପାଇଁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ସେ ବଡ଼କୁଣ୍ଡରେ ପଡ଼ିଯାଇଥିଲେ। ସ୍ରୋତ ପ୍ରଖର ଥିବାରୁ ପାଣିର ଭଉଁରୀ ତାଙ୍କୁୁ ଟାଣି ନେଇଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚ ଖୋଜାଖୋଜି କରିଥିଲେ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଗନ୍ନାଥଙ୍କର କୌଣସି ପତ୍ତା ମିଳିନାହିଁ।

ସମ୍ବନ୍ଧିତ ଖବର