କେନ୍ଦ୍ରାପଡ଼ା: ଟାଟା ମେଜିକ୍‌କୁ ଧକ୍କା ଦେଲା ଟ୍ରକ୍‌; ୧ ମୃତ, ୪ ଆହତ

କେନ୍ଦ୍ରାପଡ଼ା: ସୋମବାର ସକାଳେ ପାଞ୍ଚ ନମ୍ବର (କ) ଜାତୀୟ ରାଜପଥ ପାରାଦ୍ୱୀପ-କେନ୍ଦ୍ରାପଡ଼ା ରାସ୍ତାରେ ଗୋଟାଏ ଟାଟା ମେଜିକ୍‌ ଭ୍ୟାନ୍‌କୁ ଗୋଟାଏ ଟ୍ରକ୍‌ ଧକ୍କା ଦେବାରୁ ୧ ବ୍ୟକ୍ତିର ପ୍ରାଣହାନୀ ଘଟିଛି ଓ ଅନ୍ୟ ୪ ଜଣ ଆହତ ହୋଇଛନ୍ତି।

କେତେକ ଶ୍ରମିକଙ୍କୁ ବସାଇ ଟାଟା ମେଜିକ୍‌ ଭ୍ୟାନ୍‌ଟି ପାରଦ୍ୱୀପ ଅଭିମୁଖେ ଯାଉଥିଲା। ଭୂତମୁଣ୍ଡେଇ ଠାରୁ ପ୍ରାୟ ୧୦/୧୫ କିଲୋମିଟର ଦୂର ମାର୍ଶାଘାଇ ଅଞ୍ଚଳର ଟିକରପଙ୍ଗା ଛକ ଠାରେ ଟ୍ରକ୍‌ଟି ଟାଟା ମେଜିକ୍‌ର ପଛଆଡ଼େ ଧକ୍କା ଖାଇଥିଲା।

ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା ଓ ବାକି ୪ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ତୁରନ୍ତ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଛାଡ଼ ତା’ର ଡ୍ରାଇଭର୍‌ ଘଟଣାସ୍ଥଳରୁ ଖସି ପଳାଇଛି।

ଘଟଣା ପରେ ପରେ ଲୋକେ ଉତ୍ତ୍ୟକ୍ତ ହୋଇ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ପୁରୁଣା ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି।

ଏବେ ମଧ୍ୟ ସେଠାରେ ରାସ୍ତା ଅବରୋଧ ଓ ଉତ୍ତେଜନା ଲାଗିରହିଛି।

ଖବର ପାଇ ମାର୍ଶାଘାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର