କେନ୍ଦ୍ରାପଡ଼ା: ଦୁଇ ନାବାଳିକା ଦୁଷ୍କର୍ମ ମାମଲା; ଅଭିଯୁକ୍ତମାନେ ଥାନରେ ଅଟକ

କେନ୍ଦ୍ରାପଡ଼ା: ରବିବାର ଦିନ କେନ୍ଦ୍ରାପଡ଼ା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ ଏବଂ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ମାମଲା ଥାନାକୁ ଆସିଛି।

ପ୍ରଥମ ଘଟଣାଟି ଜଣେ ୪ ବର୍ଷୀୟ ବାଳିକା ସହ ଦୁଷ୍କର୍ମ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଘଟଣାଟି ମାର୍ଶାଘାଇ ଥାନା ଅଞ୍ଚଳର ଟିଖିରି ଗ୍ରାମରେ ଏପ୍ରିଲ୍‌ ୨୦ ତାରିଖ ଦିନ ଘଟିଛି। ଏଥିରେ ସମ୍ପୃକ୍ତ ତିନି ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା କଥା କେନ୍ଦ୍ରାପଡ଼ାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିକାଶ ଦାସ ସୂଚନା ଦେଇଛନ୍ତି।

୨୦ ତାରିଖ ଦିନ ସକାଳେ ବାଳିକାଟି ସ୍କୁଲ୍‌ ଯିବାକୁ ବାହାରି ଥିବା ବେଳେ ତିନି ଜଣ ବ୍ୟକ୍ତି ତାକୁ ଏକ ଆଢୁଆଳ ସ୍ଥାନକୁ ଡାକି ନେଇ ତା’ ଦୁଷ୍କର୍ମ କରିଥିଲେ। ଏ ସଂକ୍ରାନ୍ତରେ ସେଠାକର ସରପଞ୍ଚଙ୍କ ଠାରେ ପରିବାର ଲୋକେ ଅଭିଯୋଗ କରିଥିଲେ ମାତ୍ର ସେ କୌଣସି ପଦକ୍ଷେପ ନ ନେବାରୁ ଅଭିଯୋଗ ଆଜି ଅର୍ଥାତ୍‌ ରବିବାର ଦିନ ଥାନାକୁ ଆସିଛି। ଏହା ପାରିବାରିକ ବିବାଦ ବୋଲି ଅନୁମାନ କରାଯାଉଛି।

ଡାକ୍ତରୀ ମାଇନା ନିମନ୍ତେ ପୀଡ଼ିତା ବାଳିକାକୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦାଖଲ କରାଯାଇଛି।
ତିନି ଅଟକ ଅଭିଯୁକ୍ତଙ୍କ ନାଁ’ ପୁଲିସ ପ୍ରକାଶ କରି ନାହିଁ।

ଦ୍ୱିତୀୟ ଘଟଣାଟି ସ୍ଥାନୀୟ ତିନି ମୁହାଣୀରେ ଘଟିଥିବା ଦୁଷ୍କର୍ମ ଉଦ୍ୟମ। ତିନି ମୁହାଣୀ ଛକ ଅନ୍ତର୍ଗତ କୌଣସି ଏକ ଅନାମଧ୍ୟେୟ ହୋଟେଲ୍‌ କାମ କରୁଥିବା କାଳିଆ ରାଉତ ନାମକ ଜଣେ ୨୦/୨୫ ବର୍ଷିୟ ଯୁବକ ଏହି ମାମଲାର ଅଭିଯୁକ୍ତ। ରବିବାର ସକାଳ ୧୦ଟା ପରେ କାଳିଆ ସେ ଅଞ୍ଚଳରେ ବୁଲାବୁଲି କରୁଥିବା ଏକ ଯାଯାବର ଭିକାରି ପରିବାରର ଜଣେ ୭ ବର୍ଷୀୟ ଝିଅକୁ ୧୦ ଟଙ୍କା ଦେଇ ଉକ୍ତ ହୋଟେଲ୍‌ର ଶିଡ଼ି ତଳକୁ ଡାକି ନେଇଥିଲା। ସେଠାରେ ଝିଅଟିର ପୋଷାକପତ୍ର ଓହ୍ଲାଇ ଦୁଷ୍କର୍ମ କରିବାକୁ ଉଦ୍ୟମ ଚଳାଇ ଥିବା ବେଳେ ତା’ର ପାଟିଶୁଣି ଅନ୍ୟମାନେ ସେଠାରେ ପହଞ୍ଚି ଯାଇ ଉଭୟଙ୍କୁ ଧରି ନିକଟସ୍ଥ ୧ ନମ୍ବର ଫାଣ୍ଡିରେ ହାଜର କରାଇଥିଲେ।

ଡାକ୍ତରୀ ମାଇନା ପାଇଁ ସେ ବାଳିକାଟିକୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର