କୋଣାର୍କ: ଲଜ୍‌ରେ ଚଢ଼ାଉ ବେଳେ ଧରା ପଡ଼ିଲେ ୭ ଦେହଜୀବୀଙ୍କ ସମେତ ୯ ଗ୍ରାହକ

କୋଣାର୍କ: ଗତରାତିରେ କୋଣାର୍କ ମାର୍କେଟ୍‌ କମ୍ପ୍ଲେକ୍ସସ୍ଥିତ ଏକାଧିକ ଲଜ୍‌ରେ ଚଢ଼ାଉ ବେଳେ ୭ ଜଣ ଦେହଜୀବୀଙ୍କ ସହ ୯ ଜଣ ଗ୍ରାହକ ପୁଲିସ ହାତରେ ଧରାପଡ଼ିଛନ୍ତି।

ଏହି ଲଜ୍‌ଗୁଡ଼ିକରେ ଦେହ ବ୍ୟବସାୟ ଚାଲିଥିବା କଥା କୌଣସି ସୂତ୍ରରୁ ଖବର ପାଇ ନିମାପଡ଼ା ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ କୋଣାର୍କ, ଗୋପ ଓ କାକଟପୁର ଥାନା ଅଧିକାରୀ ଓ ମହିଳା ପୁଲିସଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଚଢ଼ାଉ କରିଥିଲେ।

ଦେହଜୀବୀ ଓ ଗ୍ରାହକମାନଙ୍କ ବ୍ୟତୀତ ସେଠାରୁ ନିଜ ନିଜର ପ୍ରେମିକଙ୍କ ସହ ଆସିଥିବା ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ ଏବଂ ଜଣେ କଲେଜ ଛାତ୍ରୀ ମଧ୍ୟ ଧରାପଡ଼ିଛନ୍ତି।

ଚଢ଼ଉ ସମୟରେ ଦୁଇଟି ଲଜ୍‌ରୁ ଧରାପଡ଼ିଥିବା ଦେହଜୀବୀମାନେ କୋଲକାତା, ଭଦ୍ରକ, ପଟ୍ଟାମୁଣ୍ଡାଇ, ଜଗତ୍‌ସିଂହପୁର, କିଷନନଗର ଓ ଔପଦା ଅଞ୍ଚଳର ବୋଲି ପୁଲିସ କହିଛି। ଧରା ପଡ଼ିଥିବା ୯ ଜଣ ଯୁବକମାନଙ୍କ ମଧ୍ୟରେ ଅଛନ୍ତି ଲଜ୍‌ର ଦୁଇ ଜଣ ପରିଚାଳକ।

ଡାକ୍ତରୀ ମାଇନା ପରେ ଧରା ପଡ଼ିଥିବା ରୂପଜୀବୀ ଓ ଗ୍ରାହକମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସ୍‌ଡିପିଓ ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର