ବେଆଇନ ପଥର ଖାଦାନରେ ଅଘଟଣ: ପଥର ଖସି ଶ୍ରମିକ ମୃତ 

ଯୋଡ଼ା : ଯୋଡ଼ା ବ୍ଲକ୍‌ ବିଲେଇପଦା ରାଜସ୍ୱ ନିରୀକ୍ଷକଙ୍କ ସର୍କଲ୍‌ ଅଧୀନସ୍ଥ କାଳିଆବେଡ଼ା ଗ୍ରାମର ଏକ ବେଆଇନ ପଥର ଖାଦାନରେ ଆଜି  ଅଘଟଣ ଘଟିଛି । ପଥର ଖସିବା ଯୋଗୁଁ ସେଥିରେ ଚାପି ହୋଇ କାର୍ଯ୍ୟରତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ନାମ ବୀରସିଂ ମୁଣ୍ଡା (୪୫) ଓ ତାଙ୍କ ଘର କାଳିଆବେଡ଼ା ମୁଣ୍ଡା ସାହିରେ ବୋଲି ଜଣାପଡ଼ିଛି । ବିଲେଇପଦା ଫାଣ୍ଡି ଅଧିକାରୀ ନରେଶ ଚନ୍ଦ୍ର ଦାସ ଖବର ପାଇ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ବଡ଼ବିଲ ଡାକ୍ତରଖାନାକୁ ପଠାଇଛନ୍ତି।

ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୮ଟା ବେଳେ ଉକ୍ତ ପଥର ଖାଦାନରେ ସ୍ଥାନୀୟ ଗ୍ରାମର ୩ ଜଣ ଶ୍ରମିକ କାମ କରୁଥିଲେ ।  ସକାଳ ୯ଟା ସମୟରେ ଏକ ବଡ଼ ପଥର ଶ୍ରମିକ ବୀରସିଂ ମୁଣ୍ଡାଙ୍କ ମୁଣ୍ଡ ଉପରେ ଖସି ପଡିଥିଲା। ପଥର ତଳେ ଚାପି ହୋଇ ବୀରସିଂଙ୍କ ଘଟଣାସ୍ଥଳରେ  ମୃତ୍ୟୁ ଘଟିଥିଲା । ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର