୧୭ରେ ସୋର-ମାର୍କୋଣା ମଧ୍ୟରେ ବିଳମ୍ବିତ ହେବ ରେଳ ଚଳାଚଳ

୪ ଘଣ୍ଟା ଧରି ଅପ୍‌ ଓ ଡାଉନ ଲାଇନରେ ହେବ ପାୱାର କଟ୍‌ 

ଭଦ୍ରକ-ହାଓଡା ପାସେଞ୍ଜର ୩ ଘଣ୍ଟା ବିଳମ୍ବରେ ଭଦ୍ରକ ଛାଡିବ

ବାଲେଶ୍ୱର : ଆସନ୍ତା ୧୭ ତାରିଖରେ ଖଡଗପୁର ଭଦ୍ରକ ରେଳ ସେକ୍ସନର ସୋର ଓ ମାର୍କୋଣା ମଧ୍ୟରେ ୪ ଘଣ୍ଟା ଧରି ଟ୍ରାଫିକ୍‌ ଜାମ୍‌ ରହିବ। ଆଜି ଏ ନେଇ ସୂଚନା ଦେଇଛି ଦକ୍ଷିଣ ପୂର୍ବ ରେଳବାଇ। ରୋଡ୍‌ ଓଭର ବ୍ରିଜର ଶୁଭାରମ୍ଭ ପାଇଁ ଏଭଳି ହେଉଥିବାରୁ କିଛି ଟ୍ରେନ ବିଳମ୍ବିତ ହେବା ନେଇ ସୂଚନା ମିଳିଛି। ୫୮୦୦୪ ଭଦ୍ରକ-ହାଓଡା ପାସେଞ୍ଜର ୪.୩୫ରେ ନଛାଡି ୩ ଘଣ୍ଟା ବିଳମ୍ବରେ ୭.୩୫ରେ ଛାଡିବ ବୋଲି ସୂଚନା ମିଳିଛି। ସେହିପରି ୧୨୮୯୧ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ୨୫ ମିନିଟ୍‌, ୫୮୦୦୧ ହାଓଡା-ପୁରୀ ପ୍ୟାସେଞ୍ଜର ଏକ ଘଣ୍ଟା, ୫୮୦୧୦ ଯାଜପୁର କେନ୍ଦୁଝର ରୋଡ୍‌-ଖଡଗପୁର ପାସେଞ୍ଜର ଘଣ୍ଟାଏ ବିଳମ୍ବରେ ଛାଡିବ ବୋଲି ଦକ୍ଷିଣ ପୂର୍ବ ରେଳବାଇ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚିତ କରିଛନ୍ତି।

ସମ୍ବନ୍ଧିତ ଖବର