ରାଜ୍ୟରେ ପ୍ରତିଷ୍ଠା ହେବ ଲ’ ଏକାଡେମି

କେନ୍ଦ୍ରାପଡା :ରାଜ୍ୟରେ ଜୁଡ଼ିସିଆଲ ଏକାଡେମି ଭଳି ଏକ ଲ’ ଏକାଡେମି ପ୍ରତିଷ୍ଠା କରାଯିବ। ରାଜ୍ୟ ଆଇନଜୀବୀ ସାମ୍ମୁଖ୍ୟର ଦାବିକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା। ଆଜି ପୌରସ˚ସ୍ଥା ଟାଉନହଲ ପରିସରରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସଭାପତି ତଥା ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ବିଧାୟକ କିଶୋର ଚନ୍ଦ୍ର ତରାଇ ଓ ଜିଲ୍ଲା ବିଜେଡି ସଭାପତି ଧ୍ରୁବ ଚରଣ ସାହୁ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ରାଜ୍ୟ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସଦସ୍ୟ ଏପିପି ସଞ୍ଜୟ କୁମାର ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିପି ଗୋବର୍ଦ୍ଧନ ରାଉତ ସ୍ବାଗତ ଭାଷଣ ରଖିଥିଲେ। ଜିଲ୍ଲା ଓକିଲ ସଂଘ ସମ୍ପାଦକ ଗଗନ ବିହାରି ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର