ମଞ୍ଜୁରୀରୋଡ ସାହିତ୍ୟ ସଂସଦର ବାର୍ଷିକୋତ୍ସବ

ମଞ୍ଜୁରୀରୋଡ : ଓଡିଆ ଭାଷାର ମଯ୍ୟର୍ାଦା ବୃଦ୍ଧି ପାଇଁ ଉଦ୍ୟମ ଆବଶ୍ୟକ। ଶାସ୍ତ୍ରୀୟ ମାନ୍ୟତା ଓ ସରକାରୀ ଭାଷା ଭାବେ ସ୍ୱୀକୃତି ପାଇଥିବା ଓଡିଆଭାଷାକୁ ପ୍ରାଣବନ୍ତ କରିବା ପାଇଁ ପାଠକ ଓ ଲେଖକ ଦୃଷ୍ଟି ଦେବା ଆବଶ୍ୟକ। ଏଥିରେ ସାହିତ୍ୟ ସଂସଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମଞ୍ଜୁରୀରୋଡ ସାହିତ୍ୟ ସଂସଦର ୪ର୍ଥ ବାର୍ଷକୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସଂସଦର ସଭାପତି କିଶୋର ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ଓପନ୍ୟାସିକ ଭାସ୍କର ଚନ୍ଦ୍ର ଜେନା ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଶିକ୍ଷଣ ପ୍ରତିଷ୍ଠାନର ଅବସରପ୍ରାପ୍ତ ଅଧ୍ୟକ୍ଷ ସାହିତ୍ୟିକ ଡ. ରାମଚନ୍ଦ୍ର ନାୟକ, ମୁଖ୍ୟବକ୍ତା ଭାବେ ଶୈଳବାଳା ମହିଳା ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡଃ. ଚିନ୍ମୟୀ ମହାପାତ୍ର, ସମ୍ମାନିତ ବକ୍ତାଭାବେ ସ୍ଥାନୀୟ ବିଡିଓ ବନମାଳୀ ତରାଇ, ସମ୍ମାନିତ ଅତିଥିଭାବେ ଲେଖିକା ତଥା ସାମାଜିକ କର୍ମୀ ବନଜା ବିଶ୍ୱାଳ ଓ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ସୃଜନ ମରୀ’, ବନଜା ବିଶ୍ୱାଳଙ୍କ ଉପନ୍ୟାସ ‘ନିଶିଗନ୍ଧା’, ରାଧାଶ୍ୟାମ ସାହୁଙ୍କ ପୁସ୍ତକ ‘ଶ୍ରୀ ଜଗନ୍ନାଥ ତତ୍ୱ ରହସ୍ୟ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସାହିତ୍ୟ ସଂସଦ ପକ୍ଷରୁ ଚଳିତ ବର୍ଷର ସାରସ୍ୱତ ପ୍ରତିଭା ସମ୍ମାନ ଡଃ. ଚିନ୍ମୟୀ ମହାପାତ୍ରଙ୍କୁ , ସାରସ୍ୱତ ନବ ପ୍ରତିଭା ସମ୍ମାନ କବି ବନଜା ବିଶ୍ୱାଳଙ୍କୁ ପ୍ରଦାନ କରାଯାଇଥିବା ବେଳେ ଗଣେଶ ପ୍ରସାଦ କରଶର୍ମାଙ୍କୁ କୃଷ୍ଣ ଚନ୍ଦ୍ର ଜେନା ସ୍ମୃତି ସମ୍ମାନ, ଗୋବିନ୍ଦ ଚନ୍ଦ୍ର ବାରିକଙ୍କୁ ମହେଶ୍ୱର ସେନାପତି ସ୍ମୃତି ସମ୍ମାନ, ରତ୍ନାକର ଦାସଙ୍କୁ ନରେନ୍ଦ୍ର ସେନାପତି ସ୍ମୃତି ସମ୍ମାନ ଓ କୈବଲ୍ୟ ନାୟକଙ୍କୁ ନବଘନ ପଣ୍ଡା ସ୍ମୃତି ସମ୍ମାନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ନାରାୟଣ ଚନ୍ଦ୍ର ବୋଇତାଇ, ପ୍ରଭାତ ସିହ୍ନା ଓ ସୁରେନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଉତ୍ସବରେ ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର ବହୁ ସଂଖ୍ୟକ କବି ସ୍ୱରଚିତ କବିତା ପାଠ କରିଥିଲେ। ନାରାୟଣ ଚନ୍ଦ୍ର କଳାପରିଷଦ ପକ୍ଷରୁ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷଣ କରାଯାଇଥିଲା। ପ୍ରକାଶ ମହାପାତ୍ର ଅତିଥି ପରିଚୟ ଓ ଉନ୍ମୋଚିତ ପୁସ୍ତକ ଗୁଡିକର ସମୀକ୍ଷା କରିଥିଲେ । ଡଃ. ଶଶଧର ସାହୁ ସମ୍ବର୍ଦ୍ଧନା କାଯ୍ୟର୍କ୍ରମ ପରିଚାଳନା, ବିଶ୍ୱନାଥ ବାରିକ ସ୍ୱାଗତ ଭାଷଣ ଓ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ। ସାହିତ୍ୟ ସଂସଦର କର୍ମକତାମାନେ କାଯ୍ୟର୍କ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର