ମାଡ଼ିଗଲା ଜୁଆର: ଅଲିଭ୍‌ ରିଡ୍‌ଲେଙ୍କ ଲକ୍ଷାଧିକ ଅଣ୍ଡା ନଷ୍ଟ ଆଶଙ୍କା !

ରାଜନଗର : ବିରଳ ଅଲିଭ୍‌ରିଡ୍‌ଲେ କଇଁଛ ଅଣ୍ଡା ଦେଇଥିବା ଗହୀରମଥାର ନାସୀ-୨ ସ୍ଥାନରେ ସମୁଦ୍ର ଜୁଆର ମାଡି ଯିବାରୁ ଲକ୍ଷାଧିକ ଅଣ୍ଡା ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଚଳିତ ବର୍ଷ ମାର୍ଚ୍ଚ ୬ରୁ ୧୨ ତାରିଖ ମଧ୍ୟରେ ଗହିରମଥାର ନାସୀ-୨ରେ ୬ ଲକ୍ଷ ୩୩ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ନାସୀ-୨ର ୧୮ଶହ ମିଟର ସ୍ଥାନରେ ୬ ଲକ୍ଷ ୩୩ ହଜାର କଇଁଛ ଅଣ୍ଡା ଦେଇଥିଲେ। ଏହି ବିରଳ କଇଁଛମାନେ ଦଳ ଦଳ ହୋଇ ବାଲୁକା ଶଯ୍ୟାକୁ ଆସି ବାଲୁକା ରାଶୀରେ ୪୦ରୁ ୪୫ ସେମି ଗଭୀରତାରେ ଗାତ ଖୋଳି ଅଣ୍ଡା ଦେଇଥିଲେ। ପ୍ରତିଟି କଇଁଛ ୧୦୦ରୁ ୧୨୦ଟି ଲେଖାଏଁ ଅଣ୍ଡା ଦେଇଥିଲେ। କଇଁଛ ଅଣ୍ଡାରୁ ସାଧାରଣତଃ ୪୫ରୁ ୬୦ ଦିନ ମଧ୍ୟରେ ଛୁଆ ବାହାରିଥାନ୍ତିି। ଆଉ ୩/୪ ଦିନ ମଧ୍ୟରେ ଏହି ଅଣ୍ଡାରୁ ଛୁଆ ବାହାରିଥାନ୍ତେି। ବଙ୍ଗୋପସାଗରରେ ଉଚ୍ଚ ଜୁଆର ଉଠିବାରୁ ୨ଦିନ ମଧ୍ୟରେ ଅଣ୍ଡା ଦେବା ସ୍ଥଳରେ ପ୍ରାୟ ୪ଶହ ମିଟର ପର୍ଯ୍ୟନ୍ତ ପାଣି ମାଡ଼ିଯାଇଛି। ଏହି ସ୍ଥାନରେ ପ୍ରାୟ ଏକ ଲକ୍ଷ କଇଁଛ ଅଣ୍ଡା ଦେଇଥିବା ବେଳେ ପ୍ରାୟ ଲକ୍ଷାଧିକ କଇଁଛ ଶାବକ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର