ରାଜ୍ୟସ୍ତରୀୟ ଆବାକସ୍‌ ମାନସିକ ଗଣିତ ପରୀକ୍ଷା ପ୍ରତିଯୋଗିତା

ଭୁବନେଶ୍ୱର : ୟୁସିମାସ୍‌ ଆବାକସ୍‌ ଆଣ୍ଡ ମେଣ୍ଟାଲ ଏରିଥ୍‌ମେଟିକ୍‌ ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ଦ୍ୱାଦଶତମ ରାଜ୍ୟସ୍ତରୀୟ ଆବାକସ୍‌ ମାନସିକ ଗଣିତ ପରୀକ୍ଷା ଓୟୁଏଟିର ପଶୁ ବିଜ୍ଞାନ ପରୀକ୍ଷା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସଫଳ ଛାତ୍ରଙ୍କ ସହିତ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଜ୍ୟର ୫୦ଟି ଶିକ୍ଷା କେନ୍ଦ୍ରରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କେଜି ଲେେଓ୍ଵଲ୍‌ରୁ ୮ମ ଟର୍ମ, ତିନିଟି ବୟସ ଶ୍ରେଣୀରେ ଏବଂ ୨୭ଟି ଗ୍ରୁପ୍‌ରେ ଛାତ୍ରଛାତ୍ରୀମାନଙ୍କୁ ବିଭକ୍ତ କରାଯାଇ ପରୀକ୍ଷା କରାଯାଇଥିଲା। ପ୍ରତି ଗ୍ରୁପ୍‌ରୁ ଚମ୍ପିୟନ୍‌ ଅଫ୍‌ ଚମ୍ପିୟନ୍‌ସ, ଚମ୍ପିୟନ, ରନର୍ସଅପ୍‌ ୧ରୁ ୬ ଏହିଭଳି ବଛା ଯାଇଥିଲା, ଯାହାଦ୍ୱାରା ସମସ୍ତ ବିଜେତାଙ୍କ ସଂଖ୍ୟା ୨୦୦ରେ ପହଁଞ୍ଚିବ।

ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଓୟୁଏଟିର ଉପକୁଳପତି ସୁରେନ୍ଦ୍ରନାଥ ପଶୁପାଳକ ଏବଂ ୟୁସିମାସ ଇଣ୍ଡିଆର ବିଜିନେସ୍‌ ମୁଖ୍ୟ ସିମ୍ପ୍ଲିସିଓ ମେନେଜେସ୍‌ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୨୯ ତାରିଖରେ ଓୟୁଏଟିର ଏମ୍‌.ଏସ୍‌. ସ୍ୱାମୀନାଥନ୍‌ ଗୃହରେ ସକାଳ ୧୦ଟାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଏହି କାର୍ଯ୍ୟକ୍ରମର ଆୟାଜକ ତଥା ୟୁସିମାସ୍‌ର ମାଷ୍ଟର ଫ୍ରାଞ୍ଚାଇଜି, ‘ଭୁବନେଶ୍ୱର ଜିନୟସ୍‌ ଏକାଡେମୀ’ର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସଂଯୁକ୍ତ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର