୭ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ : ୧୨ଟା ପରେ ୱେବସାଇଟରେ ଅପଲୋଡ୍ ହେବ ରେଜଲ୍ଟ

କଟକ : ମେ’ ୭ ତାରିଖ, ସୋମବାର  ଦିନ ୨୦୧୮ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସକାଳ ୯ଟା ବେଳେ  ଫଳ ପ୍ରକାଶ ପାଇବ ବୋଲି  ବୋର୍ଡ ଅଧ୍ୟକ୍ଷା ଜାହାନ୍ ଅାରା ବେଗମ୍ ସୂଚନା ଦେଇଛନ୍ତି।  ଛାତ୍ରଛାତ୍ରୀ ବୋର୍ଡର ୱେବସାଇଟ୍, ଏସଏମଏସ୍ ଏବଂ ଫୋନ କରି ପରୀକ୍ଷା ଫଳ ଜାଣିପାରିବେ। ଏଥିଲାଗି ୭ ତାରିଖ  ଦିନ ୧୨ଟା ପରେ ବୋର୍ଡର ୱେବସାଇଟ୍ www.bseodisha.nic.in ଲଗଇନ୍ କରି ଛାତ୍ରଛାତ୍ରୀ ଫଳ ଜାଣିପାରିବେ। ସେହିପରି ବୋର୍ଡ ପକ୍ଷରୁ ଖୋଲା ଯାଇଥିବା ଟୋଲ୍ ଫ୍ରି ନମ୍ବର 0671-2412060 ଓ 0671-2412059 କୁ କଲ୍ କରି ପରୀକ୍ଷା ଫଳ ଜାଣିହେବ। ଯେକୌଣସି ମୋବାଇଲରୁ 5676750 ନମ୍ବରକୁ OR10 SPACE ROLL NUMBER ଏସଏମଏସ୍ କଲେ ପରୀକ୍ଷାଫଳ ଇନବକ୍ସକୁ ଆସିଯିବ।

ଚଳିତ ବର୍ଷ ରାଜ୍ୟ ବାହାରେ ଟାବୁଲେସନ୍‌ କରାଯାଇଛି। ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୮୮୭ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଏବଂ ୫୧ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷା ଦେଇଥିଲେ। ମୋଟ ୬ ଲକ୍ଷ ୮ ହଜାର ୬୫୯ ଜଣ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୨୦ ତାରିଖରୁ ପରୀକ୍ଷା ଖାତା ଦେଖା ୬୦ଟି କେନ୍ଦ୍ରରେ ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା।

ସମ୍ବନ୍ଧିତ ଖବର