୨ରେ ଆସିବେ ମାୟାବତୀ : ଓଡ଼ିଶାରୁ ଆରମ୍ଭ ହେବ ବିଏସ୍ପିର ନିର୍ବାଚନୀ ପ୍ରଚାର
ଭୁବନେଶ୍ବର : ଆସନ୍ତା ୨ତାରିଖରେ ବହୁଜନ ସମାଜ ପାର୍ଟି (ବିଏସ୍ପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଭୁବନେଶ୍ବର ଆସିବେ। ସେହିଦିନ ପୂର୍ବାହ୍ନ ୧୧ଟାରେ ବରମୁଣ୍ଡା ପଡ଼ିଆରେ ଆୟୋଜନ ହେବାକୁ ଥିବା ବିଏସ୍ପିର ସାଧାରଣ ନିର୍ବାଚନ ଜନସଭାକୁ ସେ ସମ୍ବୋଧନ କରିବେ। ଏହି ସଭାରୁ ହିଁ ବିଏସ୍ପି ସାରା ଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିବ ବୋଲି ବିଏସ୍ପିର ଓଡ଼ିଶା ସଭାପତି ଟଙ୍କଧର ବାଗ୍ ଆଜି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ହୋଟେଲ ଆର୍ଯ୍ୟ ପ୍ୟାଲେସ୍ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀେର ବିଏସ୍ପିର ଓଡ଼ିଶା ପ୍ରଭାରୀ ଧର୍ମବୀର ସିଂହ ଅଶୋକ କହିଥିଲେ ଯେ, ଦେଶରେ ଦେଖା ଦେଇଥିବା ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ମାୟାବତୀଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ ହେବା ଦରକାର। େତଣୁ ବିଏସ୍ପି ଏଥର ବହୁ ରାଜ୍ୟରେ ପ୍ରାର୍ଥୀ ଦେଇଛି। ବିଏସ୍ପି ଓଡ଼ିଶାର ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ବି ପ୍ରାର୍ଥୀ ଦେବାକୁ ସ୍ଥିର କରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ସ୍ଥାନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ମାୟାବତୀ ଘୋଷଣା କରିବେ ବୋଲି ସେ କହିଛନ୍ତି।
ଆଜିର ସାମ୍ବାଦିକ ସମ୍ମିଳନୀରେ ବିଏସ୍ପିର ବରିଷ୍ଠ ସଦସ୍ୟ ଛୋଟୁ ରାମ, ସାମାଜିକ ନ୍ୟାୟ ଅଭିଯାନର ଆବାହକ ଅକ୍ଷୟ କୁମାର ମଲ୍ଲିକ, ସୁବ୍ରତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।