ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର ଓ ଭଦ୍ରକରେ ଚାଲିବ ‘ମେମୁ ଟ୍ରେନ୍‌’ , ଏହି ମେମୁ ଟ୍ରେନ୍‌ କ’ଣ ଜାଣନ୍ତୁ

ବ୍ରହ୍ମପୁର: ରଥଯାତ୍ରା ପୂର୍ବରୁ ବ୍ରହ୍ମପୁର ଓ ଭଦ୍ରକ ମଧ୍ୟରେ ‘ମେମୁ ଟ୍ରେନ୍‌’ ଚାଲିବ ବୋଲି ପୂର୍ବତଟ ରେଳବାଇ ଜିଏମ୍‌ ଉମେଶ ସିଂହ ସୂଚନା ଶୁକ୍ରବାର ଦେଇଛନ୍ତି। ମେମୁ ଟ୍ରେନ((Mainline Engine Multiple Unit))ର ଉଭୟ ପଟେ ଇଞ୍ଜିନ୍‌ ରହିଥାଏ ତେଣୁ ଏହାର ଇଞ୍ଜିନ୍‌ ବଦଳାଇବାକୁ ପଡି ନ ଥାଏ । ସାଧାରଣ ଟ୍ରେନଠାରୁ ମେମୁ  ଦ୍ରୁତ ଗତିରେ ଚାଲିଥାଏ । ‘ମେମୁ ଟ୍ରେନ୍‌’ ଚାଲିବା  ବ୍ରହ୍ମପୁର ଓ ଭଦ୍ରକବାସୀଙ୍କ ପାଇଁ ଏହା ଏକ ଖୁସି ଖବର ନିଶ୍ଚୟ।

ତେବେ ଗତବର୍ଷ ପୂର୍ବତଟ ରେଳକୁ ୫୨୦୦ କୋଟି ଟଙ୍କା ମିଳିଥିଲା। ସେଥିରୁ ୩୩ ଶହ କୋଟି ଖର୍ଚ୍ଚ ହୋଇଥିଲା। ବାକି ଅର୍ଥରେ ଭୁବନେଶ୍ୱର ଷ୍ଟେସନର ଆଧୁନିକୀକରଣ କରାଯିବ। ଏଥିପାଇଁ ୭୦ କୋଟି ଖର୍ଚ୍ଚ ହେବ। ସେହିଭଳି ଦୁର୍ଗମ ଅଞ୍ଚଳରେ ଥିବା ସମସ୍ତ ଷ୍ଟେସନରେ ଓ୍ଵାଇଫାଇ ସୁବିଧା ଯୋଗାଇ ଦିଆଯିବ। ଚଳିତ ବର୍ଷ ପୂର୍ବତଟ ରେଳପଥକୁ ୭ ହଜାର କୋଟି ଟଙ୍କା ମିଳିଛି ବୋଲି ପୂର୍ବତଟ ରେଳବାଇ ଜିଏମ୍‌ ଉମେଶ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର