ରାଜଧାନୀରେ ସିକ୍ୟୁରିଟି ଗାର୍ଡଙ୍କ ଉପରକୁ ଗୁଳି ମାରିଲେ ଦୁଇ ଅଜ୍ଞାତ ଦୁର୍ବୃତ୍ତ

ଭୁବନେଶ୍ୱର: ଶନିବାର ପ୍ରତ୍ୟୁଷରେ ଟଙ୍କପାଣି ରୋଡ୍‌ ଅନ୍ତର୍ଗତ ଏକ କଲ୍ୟାଣ ମଣ୍ଡପର ଜଣେ ସିକ୍ୟୁରିଟି ଗାର୍ଡ ଦୁଇ ଜଣ ଅଜ୍ଞାତ ଦୁର୍ବୃତ୍ତଙ୍କ ଗୁଳି ଚୋଟ ଖାଇ ଗରୁତର ଆହତ ହୋଇଛନ୍ତି।

ଚିକିତ୍ସା ନିମନ୍ତେ ଜ୍ଞାନେନ୍ଦ୍ର ମଲ୍ଲିକ ନାମକ ସେ ସିକ୍ୟୁରିଟି ଗାର୍ଡଙ୍କୁ ସଙ୍କଟଜନକ ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ଭୋର୍‌ ପ୍ରାୟ ୫: ୩୦ ସମୟରେ ଦୁଇ ଜଣ ଦୁର୍ବୃତ୍ତ କଲ୍ୟାଣ ମଣ୍ଡପକୁ ଆସି ମଣ୍ଡପର ମାଲିକଙ୍କ ସମ୍ବନ୍ଧରେ ଅନୁସନ୍ଧାନ କରିଥିଲେ। ପରେ ସେମାନେ ସିକ୍ୟୁରିଟି ଗାର୍ଡଙ୍କୁ ପାଣି ମାଗିଥିଲେ। ସେ ପାଣି ବୋତଲ ଦେବା ପରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ଓ ଉଭୟ ଘଟଣାସ୍ଥଳରୁ ଖସି ଯାଇଥିଲେ।

ପିଠିରେ ଗୁଳି ଚୋଟ ଲାଗିଥିବା ଜ୍ଞାନେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆକ୍ରମଣର କାରଣ ଜଣାପଡ଼ି ନାହିଁ। କମିସନ୍‌ରେଟ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର