ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ : କଣିିହାଁ ଥାନାରେ ଏତଲା ଦେଲେ

ଅନୁଗୁଳ: ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ତଥା ଯାତ୍ରା କଳାକାର ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଥିବା ଘଟଣା ସୋମବାର ସାମ୍ନାକୁ ଆସିଛି। ଗତକାଲି ଅନୁଗୁଳ ଜିଲ୍ଲା କଣିହାଁ ନିକଟ ଡେରଙ୍ଗରେ ଏହି ଅଘଟଣ ଘଟିଛି ଏବଂ ଏ ନେଇ ଉଷଶ୍ରୀ କଣିିହାଁ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ଉଷସୀ ଯାତ୍ରା କରିବାକୁ ଡେରଙ୍ଗ ଯାଇଥିଲେ। ସେଠାରେ ତାଙ୍କୁ ଭେଟିବା ପାଇଁ କିଛି ଲୋକ ଭିଡ ଜମାଇଥିଲେ। ଏହି ସମୟରେ ଡେରଙ୍ଗ ପଞ୍ଚାୟତର ଇନ୍ଦ୍ରମଣୀ ସାହୁ ଓ ତାଙ୍କ ପୁଅ ମିଶି ଉଷଶ୍ରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ଗାଳିଗୁଲଜ ସହ ତାଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ ବାପ-ପୁଅ ବୋଲି କହିଛନ୍ତି  ଉଷସୀ । ଉଷସୀଙ୍କ ଅଭିଯୋଗକ୍ରମେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରି ଦେଇଛି। ତେବେ ସୋସିଆଲ ମିଡ଼ିଆରେ ଏହି ଅଘଟଣ ବିଷୟରେ ଉଷସୀ ମିଶ୍ର ପୋଷ୍ଟ ମଧ୍ୟ କରିଛନ୍ତି । ଉଷସୀଙ୍କ ଏହି ପୋଷ୍ଟକୁ ନେଇ ବିଭିନ୍ନ ସୋସିଆଲ ମିଡିଆରେ ବିିଭିନ୍ନ ପ୍ରତିକ୍ରିୟା ମଧ୍ୟ ଆସିଛି।

ସମ୍ବନ୍ଧିତ ଖବର