ଦଣ୍ଡକାରଣ୍ୟ ଅବସ୍ଥାପିତ ଲୋକଙ୍କ ସମସ୍ୟା ନେଇ ଆଲୋଚନା କଲେ ନବୀନ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଦଣ୍ଡକାରଣ୍ୟ ଯୋଜନାରେ ଅବସ୍ଥାପିତ ହୋଇଥିବା ରାଇଘର ବ୍ଲକର ୩୬ଟି ଗ୍ରାମର ସମସ୍ୟା ସଂପର୍କରେ ଭିଡିଓ କନ୍‌ଫରେନ୍ସିଂ ‌େଯା‌େଗ ଆଲୋଚନା କରିଛନ୍ତି। ଏସବୁ ଗ୍ରାମରେ ଅବସ୍ଥାପିତ ଅଧିବାସୀମାନଙ୍କର ଜମିପଟ୍ଟା ସମସ୍ୟା, ଜାତିଗତ ପ୍ରମାଣପତ୍ର, ରାଜସ୍ବ ଗ୍ରାମ ଚିହ୍ନଟ ସଂପର୍କରେ ଆଲୋଚନା ହୋଇଥିଲା। ରାଜସ୍ବ ଗ୍ରାମ ଚିହ୍ନଟ ସଂପର୍କରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳମାନେ ପଦକ୍ଷେପ ନେବା ଆରମ୍ଭ କରିଥିବା ଆଲୋଚନାରୁ ଜଣାଯାଇଛି। ଜାତିଗତ ପ୍ରମାଣପତ୍ରରେ ସ୍ପଷ୍ଟୀକରଣ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯିବ ବୋଲି କୁହାଯାଇଛି।

ବୈଠକରୁ ଜଣାଯାଇଛି, ଯେଉଁ ବଙ୍ଗଳା ଭାଷାଭାଷୀ ଶିକ୍ଷକମାନେ ବିଭିନ୍ନ ବିଷୟରେ ଶିକ୍ଷାଦାନ କରୁଛନ୍ତି, ନୂତନ ନିଯୁକ୍ତି ହେବା ପର୍ଯ୍ୟନ୍ତ ସେମାନଙ୍କୁ ବଙ୍ଗଳା ଭାଷାରେ ଶିକ୍ଷାଦାନ ପାଇଁ ଅନୁମତି ଦିଆଯିବ। ବୈଠକରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଓ ଅନ୍ୟ ପଦାଧିକାରୀମାନଙ୍କ ମଧ୍ୟରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାପାଳମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର