କେନ୍ଦ୍ରକୁ ଟାର୍ଗେଟ କରି ୬୦ କିମି ରୋଡ ସୋ’ ଆରମ୍ଭ କଲେ ନବୀନ ପଟ୍ଟନାୟକ, କହିଲେ- କୁଆଡେ ଗଲା ୧୦ କୋଟି ଚାକିରି

ବ୍ରହ୍ମପୁର: ଲୋକସଭା ନିର୍ବାଚନ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ବୁଧବାର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାରର ପ୍ରଥମ ଦିନରେ ହିଁ ନବୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗଂଜାମରେ ୬୦ କିଲୋମିଟର ରୋଡ ସୋ’ ଅବସରରେ ନିର୍ବାଚନୀ ସଭାରେ ସେ କହିଛନ୍ତି, ଅତୀତରେ ଓଡ଼ିଶାରେ ଯେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଇଛି, ସେହି ସମୟରେ କେନ୍ଦ୍ର ସହଯୋଗର ହାତ ବଢ଼ାଇ ନାହିଁ କିନ୍ତୁ ଏବେ ଯେତେବେଳେ ନିର୍ବାଚନ ଆସିଛି କେନ୍ଦ୍ରୀୟ ନେତାମାନେ ରାଜ୍ୟକୁ ଆସୁଛନ୍ତି। ବିଗତ ଦିନରେ ଓଡ଼ିଶାରେ ଫାଇଲିନ୍‌, ହୁଡହୁଡ ଓ ତିତଲି ଦେଖାଯାଇଛି।

ବ୍ରହ୍ମପୁର ନିକଟ କନିଷି ଠାରେ ଆୟୋଜିତ ସଭାନେ ନବୀନ କହିଛନ୍ତି, କେନ୍ଦ୍ର ସରକାର ୨୦୧୪ ନିର୍ବାଚନୀ ଇସ୍ତାହାରରେ କହିଥିଲେ, କ୍ଷମତାକୁ ଆସିଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବେ, ମାତ୍ର ୫ ବର୍ଷ ପରେ ବି ଏହା ହୋଇ ପାରିଲା ନାହିଁ। ସେହିପରି କେନ୍ଦ୍ର ସରକାର ୧୦ କୋଟି ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ, ଏହା ମିଥ୍ୟା ପ୍ରମାଣିତ ହୋଇଛି ବୋଲି ନବୀନ କହିଛନ୍ତି।

ବିଜେଡି ସୁପ୍ରିମୋ ନବୀନ କହିଛନ୍ତି ରାଜ୍ୟ ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ଯୋଜନା କରିଛନ୍ତି। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀଙ୍କୁ ସହାୟତା କରିଛନ୍ତି। ଆହୁରି ୨୦ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର ଲକ୍ଷ ରଖିଥିବା ବେଳେ କେନ୍ଦ୍ର ସରକାର ଅନୁମତି ଦେଉନାହାନ୍ତି। ସେ କହିଛନି, ସାଢ଼େ ୪ କୋଟି ଜନତା ମୋର ପରିବାର।

ସମ୍ବନ୍ଧିତ ଖବର