ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ମାଲକାନଗିିରି ସୀମାରେ ନକ୍ସଲମାନେ ପୁଣି ଏକ କାଣ୍ଡ ଘଟାଇଛନ୍ତି। ପୁଲିସ୍‌ ସୂଚନାଦାତା ସନ୍ଦେହରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ନିହତ ଅଙ୍ଗନବାଡ଼ି କର୍ମୀ ଛତିଶଗଡ଼ ବାୟାନାର ଥାନା ଅନ୍ତର୍ଗତ କୋକାଡି ଗାଁରେ କାର୍ଯ୍ୟ କରୁଥିଲେ। ପୁଲିସ୍‌କୁ ସୂଚନା ଦେଉଥିବା ନେଇ ତାଙ୍କ ଉପରେ ନକ୍ସଲଙ୍କର ଦୀର୍ଘଦିନ ଧରି ସନ୍ଦେହ ରହିଥିଲା। ଆଜି ସେମାନେ ଅଙ୍ଗନବାଡ଼ି କର୍ମୀଙ୍କ ଗଳାକାଟି ହତ୍ୟା କରିଛନ୍ତି। ତେବେ, ମୃତ ଅଙ୍ଗନବାଡ଼ି କର୍ମୀଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିନାହିଁ। ପୁଲିସ୍‌ ଘଟଣାର ତଦନ୍ତ ଚଳାଇଥିବାବେଳେ ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପକ୍ଷରେ, ନକ୍ସଲଙ୍କୁ ସହଯୋଗ ଅଭିଯୋଗରେ ଛତିଶଗଡର ଜଗଦଲପୁର ପୁଲିସ ଜଣେ ଶିକ୍ଷା କର୍ମୀ ଓ ଗାଁ ମୁଖିଆଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର