ବର୍ଷା ଅଭାବରୁ ନୂଆପଡ଼ା ଜିଲ୍ଲାରେ ପୁଣିଥରେ ମରୁଡ଼ି ଆଶଙ୍କା : ସଙ୍କଟରେ ଖରିଫ ଚାଷ, ଚିନ୍ତାରେ ଚାଷୀକୁଳ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣିଥରେ ମରୁଡ଼ି ଆଶଙ୍କା ଦେଖା ଦେଖାଦେଇଛି। ମଇ, ଜୁନ ଓ ଜୁଲାଇ ମାସରେ ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ। ଜୁନ ମାସରେ ଜିଲ୍ଲାରେ ୨୧୦ ମିମି ବର୍ଷା ଅବଶ୍ୟକତା ଥିବା ବେଳେ ମାତ୍ର ୧୨୩ ମିମି ବର୍ଷା ହୋଇଛି। ଜୁଲାଇ ମାସରେ ୩୪୭ମିମି ବର୍ଷା ଥିବା ବେଳେ ୨୦ ତାରିଖ ସୁଦ୍ଧା ମାତ୍ର ୧୭୬ମିମି ବର୍ଷା ହୋଇଛି। ଏହି ୨ ମାସ ଆବଶ୍ୟକତା ଠାରୁ ବହୁ କମ ବର୍ଷା ହେବା ଫଳରେ ପୁଣିଥରେ ଖରିଫ ଚାଷୀ ସଙ୍କଟରେ ଥିବା ଦେଖିଦେଇଛି। ଏହାକୁ ନେଇ ବର୍ତ୍ତମାନ ଜିଲ୍ଲାର ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି।

ଅନ୍ୟପଟେ ଜିଲ୍ଲାରେ ପ୍ରଥମ ମୌସୁମୀ ବର୍ଷାରେ ଚାଷୀମାନେ କିଛି ଧାନ ବୁଣିଥିବା ବେଳେ ବତ୍ତର୍ମାନ ଜୁଲାଇ ମାସ ୨୦ ତାରିଖ ସୁଦ୍ଧା ଜିଲ୍ଲାରେ ବର୍ଷା ଅଭାବରୁ ଗଜା ଧାନ ମରିବା ସହ ଜମି ଫାଟି ଆଁ କଲାଣି। ଜିଲ୍ଲାର ଅଣସେଚିତ ବ୍ଲକଗୁଡ଼ିକର ସ୍ଥିତି ସଂଗିନ ହେବାରେ ଲାଗିଛି। ରୁଆ, ବେଉଷଣ ହୋଇ ପାରୁ ନାହିଁ। ନୂଆପଡ଼ା ଡିଡିଏ କହିଛନ୍ତି ଯେ ଆଉ ୧୫ରୁ ୨୦ ଦିନ ମଧ୍ୟରେ ଜିଲ୍ଲାରେ ବର୍ଷା ନହେଲେ ସ୍ଥିତି ଗୁରୁତର ହେବ। ସେପରି ନୂଆପଡ଼ା ଜିଲ୍ଲାରେ ଲଗାତର ୪ ଥର ମରୁଡି ହେବାରୁ ଚାଷୀଙ୍କ ଆଥିର୍କ ମେରୁଦଣ୍ଡ ଦୋହଲି ଯାଇଛି। ଚଳିତ ବର୍ଷ ପୁଣି ଏକ ମରୁଡ଼ିକୁ ସମ୍ମୁଖୀନ ହେବା ଆଶଙ୍କା ଦେଖା ଦେଲାଣି। ନୂଆପଡ଼ା ଜିଲ୍ଲାରେ ଚଳିତ ଜୁଲାଇ ୨୦ ତାରିଖ ସୁଦ୍ଧା ବୋଡ଼େନ ବ୍ଲକ ସର୍ବନିମ୍ନ ୧୫୬.୪୦ ମିମି ବର୍ଷାର ରେକର୍ଡ କରାଯାଇଛି।

Asian Correspondent

ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ୮୦ ପ୍ରତିଶତ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭର କରନ୍ତି। ଜିଲ୍ଲାରେ ୩ଲକ୍ଷ ୮୫ ହଜାର ହେକ୍ଟର ଜମି ମଧ୍ୟରୁ ୧ଲକ୍ଷ ୯୮ହଜାର ୩୨୬ହେକ୍ଟର ଜିଲ୍ଲାରେ ଚାଷପଯୋଗୀ ରହିଛି। ୧ଲକ୍ଷ ୯୦ ହଜାର ୧୦୦ ହେକ୍ଟର ଜମିରେ ଚାଷ କରିବାକୁ କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେଥିରୁ ଉଠାଣିଆ ଜମି ୧ଲକ୍ଷ ୧୦ ହଜାର ୬୦୪ ହେକ୍ଟର ଜମି, ମଧ୍ୟମ ଜମି ୪୬ ହଜାର ୫୫୪ ଓ ଗଡ଼ାଣିଆ ଜମି ୩୨ ହଜାର ୯୪୨ ହେକ୍ଟର ରହିଛି। ସେଥିରୁ ୯୪ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ ଓ ୯୫ ହଜାର ୬୦୦ ହେକ୍ଟର ଜମିରେ ଅଣଧାନ ଚାଷ କରିବାର ଲକ୍ଷ୍ୟ ରହିଛି। ଜିଲ୍ଲାରେ ଜଳସେଚନର ସୁବିଧା ନଥିବାରୁ ଅର୍ଧାଧିକ ଚାଷ ଜମିରେ ଚାଷୀ ବର୍ଷା ଜଳ ଉପରେ ନର୍ଭର କରନ୍ତି।

ଚଳିତ ବର୍ଷ ଜିଲ୍ଲାରେ ଦୁଇ ମୁଖ୍ୟ ଅର୍ଥକାରୀ ଫସଲ କପା ପାଇଁ ୧୦ ହଜାର ହେକ୍ଟର ଓ ମକା ଚାଷ ପାଇଁ ୮ ହେକ୍ଟର ଚାଷ ପାଇଁ ଲକ୍ଷ୍ୟ ରହିଛି। ଜୁଲାଇ ୨୦ ତାରିଖ ସୁଦ୍ଧା ନୂଆପଡ଼ା ବ୍ଲକରେ ୧୮୦ ମିମି, କୋମନା ବ୍ଲକରେ ୧୬୪.୬୦ ମିମି, ଖଡ଼ିଆଳ ବ୍ଲକରେ ୧୬୪.୯୦ ମିମି, ବୋଡ଼େନ ବ୍ଲକରେ ୧୫୬.୪୦ ମିମି, ସିନାପାଲି ବ୍ଲକରେ ୨୧୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଜିଲ୍ଲାରେ ଲଗାତାର ୪ବର୍ଷ ହେବ ସ୍ବଳ୍ପ ବୃଷ୍ଟିପାତ ହେତୁ ଧାନ ସହ ଅଣଧାନ ଚାଷ ପ୍ରଭାବିତ ହୋଇଥିଲା। ଚଳିତ ବର୍ଷ ଆରମ୍ଭରୁ ସ୍ବଳ୍ପ ବୃଷ୍ଟିପାତ ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଚାଷର ବିଭିନ୍ନ ସ୍ଥାନରୁ ଧାର ଉଧାର କରି ଧାନ ବିହନ କିଣି ବହୁ କଷ୍ଟରେ ଟ୍ରାକ୍ଟର ହଳରେ ଚାଷ ଜମି ପ୍ରସ୍ତୁତ କରି ଶ୍ରମିକ ଲଗାଇ ଧାନ ବୁଣିଥିଲେ। କିନ୍ତୁ, ଚାଷୀମାନଙ୍କ ସବୁ ଆଶା ଆଶାରେ ହିଁ ରହିଯାଉଛି। ଚାଷୀ ବର୍ତ୍ତମାନ ବର୍ଷାକୁ ଚା‌ହିଁ ବସିଛନ୍ତି।

ସମ୍ବନ୍ଧିତ ଖବର