ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ, ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ : ଏକ ସପ୍ତାହରେ ଓଡ଼ିଆରେ ନାମଫଳକ, ସରକାରୀ କାର୍ଯ୍ୟ

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ନାମଫଳକ, ସରକାରୀ କାର୍ଯ୍ୟ ଓଡ଼ିଆ ଲିପିରେ କରିବାକୁ ସଂପୃକ୍ତ କୁଳସଚିବ ଓ ଅଧ୍ୟକ୍ଷମାନଙ୍କୁ ନିର୍ଦେଶ ଦିଆଯାଇଛି। ଏକ ସପ୍ତାହ ମଧ୍ୟରେ ଏସବୁ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କୁମାର ସମସ୍ତ ବିଶ୍ୱବିଦ୍ୟାଳୟ କୁଳସଚିବ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତିି। ସେ ଦର୍ଶାଇଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ଭାଷା ଅଧିନିୟମ ଅନୁଯାୟୀ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନର ନାମଫଳକ ଓଡ଼ିଆ ଲିପିରେ ଲେଖାଯିବା ବାଧ୍ୟତାମୂଳକ। ଏହି ପରିପ୍ରେକ୍ଷୀରେ ନାମଫଳକ ଓଡ଼ିଆ ଲିପିରେ ଲେଖିବା ସହିତ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସଂପାଦନା କରିବା ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି। ଏସବୁ କାର୍ଯ୍ୟ ୭ ଦିନରେ ସଂପାଦନା କରାଯିବ। ୧୦ ଦିନ ଭିତରେ ସେ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ କୁମାର ଅନୁରୋଧ କରିଛନ୍ତିି।

ସମ୍ବନ୍ଧିତ ଖବର