କୋଚିଳା ଛାଲି ପାଣି ପିଇ ଜଣେ ମୃତ

ବାସୁଦେବପୁର : କୁଣ୍ତିଆ ଭଲ କରିବାକୁ କୋଚିଳା ଗଛର ଛାଲିର ସିଝା ପାଣି ପିଇ ସାନଭାଇର ଜୀବନ ଯାଇଥିବା ବେଳେ ବଡଭାଇ ସମେତ ଜଣେ ଶିଶୁର ଅବସ୍ଥା ସ˚କଟାପନ୍ନ ହୋଇଛି। ଏ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନାସ୍ଥିତ ବିନାୟକପୁର ଗ୍ରାମରେ ଘଟିଯାଇଛି।

ସ୍ଥାନୀୟ ଉଗ୍ରସେନ ମଳିକଙ୍କ ପରିବାର ଚର୍ମରୋଗରୁ ମୁକୁଳିବା ପାଇଁ ଗତକାଲି ରାତିରେ କୋଚିଳା ଗଛର ଛାଲିକୁ ଆଣି ସିଝାଇଥିଲେ। ଏହି ଛାଲିର ରସକୁ ଆଜି ସକାଳେ ଉଗ୍ରସେନଙ୍କ ପୁଅ ଯତୀନ ମଳିକ(୨୨)ଙ୍କ ସମେତ ବଡପୁଅ ଅଗସ୍ତି ମଳିକ(୨୬) ଓ ୪ବର୍ଷର ନାତି ମହେଶ୍ବର ପିଇଥିଲେ। ସେମାନଙ୍କର ମୁଣ୍ତ ବୁଲାଇବା ସହ ଅଚେତ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଯତୀନର ମୃତ୍ୟୁ ହୋଇଥିଲା। ନାତି ମହେଶ୍ବର ଚିକିତ୍ସିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର