ଅବଧି ପୂର୍ବରୁ ଆଜୀବନ ବନ୍ଦୀଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ

ଚୌଦ୍ୱାର-ଗୁରୁଡିଝାଟିଆ : ଚୌଦ୍ୱାରସ୍ଥିତ ସର୍କଲ ଜେଲ୍‌ରେ ଆଜୀବନ ଦଣ୍ଡ ଭୋଗୁଥିବା ଜନୈକ କଏଦୀଙ୍କୁ ଉତ୍ତମ ଚାଲି ଚଳଣ ଯୋଗୁଁ ମୁକ୍ତ କରାଯିବାକୁ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏକ ନରହତ୍ୟା ମାମଲରେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ନୂଆପଡା ଗ୍ରାମର ସୁର ବରଜ ଗତ ୨୦୦୨ ମସିହା ଡିସେମ୍ବର ୨୧ରୁ ଚୌଦ୍ୱାର ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ । ପରେ ୨୦୧୪ ମେ ୭ରେ ପ୍ରଥମ ଅତିରିକ୍ତ ସେସନ ଜଜ କଟକଙ୍କ ଦ୍ୱାରା ସେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କର ଉତ୍ତମ ଚାଲିଚଳନ ଯୋଗୁଁ ଅବଧି ପୂର୍ବରୁ ତାଙ୍କୁ ଜେଲରୁ ମୁକ୍ତ କରିବାକୁ ରାଜ୍ୟ ଆଇନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଜେଲ୍‌ ଆଇଜିଙ୍କ ନିକଟରୁ ଜେଲ ଅଧୀକ୍ଷକଙ୍କ ନିକଟକୁ ଆଜି (ପତ୍ର ସଂଖ୍ୟା ୭୯୯୭) ଏ ନେଇ ନିର୍ଦ୍ଦେଶ ଆସିଛି । ଆସନ୍ତାକାଲି ସକାଳୁ ସୁର ବରଜଙ୍କୁ ମୁକ୍ତ କରାଯିବ ବୋଲି ଜେଲ୍‌ ଅଧୀକ୍ଷକ ନିରଂଜନ ଦାସ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର