ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଜି ଘେରିବ ଓଷ୍ଟା

ଭୁବନେଶ୍ୱର : ସପ୍ତମ ବେତନ କମିସନ ସୁପାରିଶ ମୁତାବକ ସରକାର ଦରମା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଅଦ୍ୟାବଧି ଏହାର ସୁଫଳ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରିନାହିଁ। ଅନ୍ୟପଟେ ନୂତନ ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ୨:୧ ଆଧାରରେ ଦରମା ଦେବା ପାଇଁ ଯୋଜନା ହୋଇଛି। କିନ୍ତୁ ଏହି ୨:୧ ପ୍ରସଙ୍ଗ ଏକ ବିଚିତ୍ର ଚିନ୍ତାଧାରା ହୋଇଥିବାରୁ ୫୦ ହଜାର ଶିକ୍ଷକ ଓ ଅବସରପ୍ରାପ୍ତ ଶିକ୍ଷକ ଦରମା ବା ପେନସନ ନିର୍ଦ୍ଧାରଣ ହୋଇ ପାରୁନାହିଁ। ସେହିଭଳି ୬୪୮ ହାଇସ୍କୁଲରେ ନିଯୁକ୍ତି ବ୍ୟବସ୍ଥା ନ ଥିବାରୁ ୫୦ଟି ସ୍କୁଲରୁ ଶିକ୍ଷକ ସଂଖ୍ୟା ଶୂନ ହୋଇଯାଇଥିବା ବେଳେ ଆଉ ୪ ବର୍ଷାରେ ଏହି ସମସ୍ତ ସ୍କୁଲ ଖାଲି ହୋଇଯିବ ବା ବନ୍ଦ ହୋଇଯିବ। ୧୭୭ ବର୍ଗ ଶିକ୍ଷକ ୨୫ ବର୍ଷ ଧରି ଖଟୁଥିଲେ ମଧ୍ୟ ଦରମା ପାଉନାହାନ୍ତି। ଏଭଳି ବିଚିତ୍ର ବ୍ୟବସ୍ଥାପ୍ରତିବାଦରେ ଆସନ୍ତାକାଲି ଓଷ୍ଟା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର