କୃଷକଙ୍କ ସହ ଓୟୁଏଟି ଛାତ୍ରଛାତ୍ରୀଙ୍କ ଭାବ ବିନିମୟ

ଭୁବନେଶ୍ୱର : ଓୟୁଏଟିର ଶେଷ ବର୍ଷର ଛାତ୍ରଛାତ୍ରୀମାନେ କଟକ ବିଦ୍ୟାଧରପୁରସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଓ ଜାତୀୟ ଧାନ ଗବେଷଣା କେନ୍ଦ୍ରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାଣିପାଗର ଅନିୟମିତତା ଓ ଚାଷୀର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଗବେଷଣା କେନ୍ଦ୍ରର ମୁଖ୍ୟ ହିମାଂଶୁ ପାଠକ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ। ଏହା ସହ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ଗ୍ରାମଗୁଡ଼ିକୁ ଯାଇ ସେଠାରେ ଚାଷୀମାନଙ୍କ ସହ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ। ଚାଷ ପଦ୍ଧତ୍ତି ବୁଝିବା ସହ ସେମାନଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ। ଉନ୍ନତ ଜ୍ଞାନ କୌଶଳ ଓ ବୈଜ୍ଞାନିକ ପଦ୍ଧତ୍ତି ପ୍ରୟୋଗ କରି କିପରି ଅଧିକ ଅମଳ କରାଯାଇପାରିବ, ସେ ସମ୍ପର୍କରେ ଚାଷୀମାନଙ୍କୁ ବୁଝାଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବିଧାନ ମହାପାତ୍ର, ରଞ୍ଜନ କୁମାର ମହନ୍ତ, ଦିଲ୍ଲୀପ ରଞ୍ଜନ ଷଡ଼ଙ୍ଗୀ, ତୁଷାର ରଞ୍ଜନ ସାହୁ ଓ ମନିଷ ଚୌରାସିଆଙ୍କ ତତ୍ତ୍ୱାବଧାନରେ ଚତୁର୍ଥ ବର୍ଷ ସ୍ନାତକ ଛାତ୍ରଛାତ୍ରୀ ପ୍ରତିଭା ସାହୁ, ଦିପାଲୀ ମହାପାତ୍ର, ସନ୍ଦିପ ପାଣିଗ୍ରାହୀ, ଅମରଜିତ ମିଶ୍ର, ସେଲିଭା ପ୍ରିୟଦର୍ଶିନୀ ବେହେରା, ଶୁଭ୍ରା ପରିଜା, ବିଶ୍ୱଜିତ ବେହେରା, ସ୍ୱସ୍ତିକ ଚୌଧୁରୀ, ଶର୍ମିଷ୍ଠା ପଣ୍ଡା, ଶୁଭ୍ରଜ୍ୟୋତି ସ୍ୱାଇଁ, ନୂତନ ସୋରେନ, ଅଭିଷେକ ସ୍ୱାଇଁ, ରୋଶନୀ ମିଶ୍ର, ପ୍ରିୟମ ପ୍ରତୀକ, ସାୟନଶ୍ରୀ ଦାଶ, ରଖସିନ୍ଦା ଜବିନ, ସନ୍ତୋଷ ଦାସ, ଶାରଦା ପ୍ରସନ୍ନ ସାହୁ, ଭବେଶ କୁମାର ଦଳାଇ, ସୁପ୍ରିୟା ପ୍ରିୟଦର୍ଶିନୀ, ଅମ୍ରିତ କୁମାର ନାୟକ, ଅଭିଷେକ ପାଢ଼ୀ, ସମୀକ୍ଷା ସୁଶ୍ରୀସ୍ମିତା ସାହୁ, ଉପାସନା ମିଶ୍ର, ସଙ୍ଗୀତା ମହାପାତ୍ର, ବର୍ଷା ନାୟକ, ମନୋରଞ୍ଜନ ସାହୁ, ପ୍ରିୟଙ୍କା ସାହୁ, ପ୍ରକୃତି ପ୍ରିୟଦର୍ଶିନୀ, ମୋନାଲିସା ସାହୁ, ବିରାଜିତା ପ୍ରିୟଦର୍ଶିନୀ ଓ ଗୌରୀ ପ୍ରସାଦ ଦାସ ପ୍ରମୁଖ କୃଷକମାନଙ୍କ ସହ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର