ତିରୁପତିଙ୍କ ସମେତ ୧୯ଜଣଙ୍କୁ ବିଦାକଲା କଂଗ୍ରେସ

ଭୁବନେଶ୍ବର : ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ଦଳରୁ ୧୯ଜଣ ବ୍ୟକ୍ତିଙ୍କୁ ବହିଷ୍କୃତ କରାଯାଇଛି। ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସଂପାଦକ ତଥା ପ୍ରଭାରୀ ଜିତେନ୍ଦ୍ର ସିଂ ଏବଂ ଅନ୍ୟତମ ପ୍ରଭାରୀ ଟି.ଏସ୍. ସିଂହଦେଓଙ୍କ ଅନୁମୋଦନକ୍ରମେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଚଳିତ ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୧୯ଜଣ ବ୍ୟକ୍ତିଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛନ୍ତି।

ଆ‌ଜି ଏ ନେଇ ପିସିସି ସଂଗଠନ ଦାୟିତ୍ୱରେ ଥିବା ସାଧାରଣ ସଂପାଦକ ବିଶ୍ୱଜିତ୍ ଦାସ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ବହିଷ୍କୃତ ବ୍ୟକ୍ତିମାନେ ହେଲେ ମକରନ୍ଦ ମୁଦୁଲି, ସାନ୍ଧୁ ଚରଣ ମାଝୀ, ଜୋସେଫ୍ ଭତ୍ରା, ଗଜେନ୍ଦ୍ର ନାୟକ, ଅମ୍ବିକା ମାଝୀ, ନୀଳକଣ୍ଠ ଝୋଡ଼ିଆ, ରୁଆଇ ମାଝୀ, ତିରୁପତି ପାଣିଗ୍ରାହୀ, ଗଭାରା ତିରୁପତି ରାଓ, ଅଖିଳ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଦୋରା, ସଶନାମ ବାଲାରାଜୁ, ମାଡ଼ପାଲା କ୍ରିଷ୍ଣା ରାଓ, ହିଂମାଶୁ ଲିମା, ଗଂଜୁ ଗମାଙ୍ଗୋ, କିଶୋର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ବଡ଼ମୁଣ୍ଡି, ଏସ୍. ଗଜପତି ରାଓ ଓ କୃଷ୍ଣଚନ୍ଦ୍ର ବେହେରା।

ସମ୍ବନ୍ଧିତ ଖବର