ପ୍ରମାଣ ଦେଲା ଭାରତୀୟ ବାୟୁସେନା: ଆମେ ଏଫ୍‌-୧୬ ଖସାଇଛୁ

ରଡାରରେ ପ୍ରମାଣ ରହିଛି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ଫେବ୍ରୁଆରି ୨୭ରେ ନୌସେରା ସେକ୍ଟର୍‌ରେ ପାକିସ୍ତାନର ଏଫ୍‌-୧୬ ଲଢୁଆ ବିମାନ ଖସାଇଛି। ନିୟନ୍ତ୍ରଣରେଖା ନିକଟରେ ହୋଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଉଡ଼ାଉଥିବା ମିଗ-୨୧ ହିଁ ପାକିସ୍ତାନର ଏଫ୍‌-୧୬ ବିମାନକୁ ଧ୍ବଂସ କରିଛି। ଏହାର ପ୍ରମାଣ ରହିଛି ବୋଲି ଆଜି ଏଠାରେ ଭାରତୀୟ ନୌସେନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି । ବାୟୁସେନା ଭାଇସ ଏୟାର ମାର୍ଶଲ ଆର୍‌ଜିକେ କପୁର କହିଛନ୍ତି ଯେ ଭାରତୀୟ ବାୟୁସେନା ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ବଂସ କରିଥିବାର ରାଡ଼ାର୍‌ ଚିତ୍ର ବ୍ୟତୀତ ରେଡ଼ିଓ ଟ୍ରାନ୍ସସ୍କ୍ରିପ୍ଟ ରହିଛି। ଧ୍ୱଂସ ହୋଇଥିବା ଏଫ୍‌-୧୬ ବିମାନ ଏବଂ ଧ୍ୱଂସ କ୍ଷେପଣାସ୍ତ୍ରର ଇଲେକ୍ଟ୍ରୋନିକ୍‌ ସିଗ୍‌ନେଚର୍‌ ମଧ୍ୟ ରହିଛି । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କପୁର ସ୍ପଷ୍ଟ କରିବା ସହ ସୁରକ୍ଷା ଦୃଷ୍ଟିରୁ ଏହି ପ୍ରମାଣ ବିଷୟରେ ଅଧିକ ତଥ୍ୟ ଦେବାକୁ ମନା କରିଦେଇଛନ୍ତି। ତେବେ ଏଫ-୧୬ ବିମାନଟି ପାକିସ୍ତାନ ଅଧିକୃତ ଅଞ୍ଚଳ‌େ‌ର ଖସି ପଡ଼ିଥିଲା। ୫ସ ଆମେରିକାର ଫୋରେନ ମାଗାଜିନ ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ୱଂସ ହୋଇନଥିବା ଖବର ପ୍ରକାଶ କରିବା ପରେ ପାକିସ୍ତାନ ଭାରତ ଠାରୁ ଏନେଇ ଜବାବ ଆହ୍ୱାନ କରିଥିଲା । ଏହାର ଜବାବରେ ଆଜି ଭାରତୀୟ ବାୟୁସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ପାକିସ୍ତାନର ଏଫ୍‌-୧୬ ବିମାନ ଧ୍ୱଂସ କରାଯାଇଥିବାର ପ୍ରମାଣ ରଖାଯାଇଛି ।

ସମ୍ବନ୍ଧିତ ଖବର