କଟକରୁ ସଡ଼କ ପଥରେ ଭୁବନେଶ୍ୱର ଫେରି ଦିଲ୍ଲୀ ଯିବେ ପ୍ରଧାନମନ୍ତ୍ରୀ ମୋଦି

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକରେ ଅନୁଷ୍ଠିତ ବିଜେପିର ‘ଜନକଲ୍ୟାଣ’ ସମାବେଶ ଶେଷ କରି ସଡ଼କ ପଥରେ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ହେଲିକପ୍ଟର ବଦଳରେ ମୋଦି ଭୁବନେଶ୍ୱର ରାଜରାସ୍ତାରେ କଡ଼ାସୁରକ୍ଷା ଭିତରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଫେରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏଥି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୪ଟା ୧୬ରେ ପହଞ୍ଚିବା ପରେ ଓଡ଼ିଶାର ଅତିରିକ୍ତ ଦାୟିତ୍ୱରେ ଥିବା ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ବିଜେପିର ବରିଷ୍ଠ ନେତାମାନେ ସ୍ୱାଗତ ଜଣାଇଥିଲେ। ମୋଦି ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱର ବିମାନରେ ପହଞ୍ଚି ଥିଲେ। ପରେ ସେ ବିମାନ ବନ୍ଦରର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟିର ‘ଜନକଲ୍ୟାଣ’ ସମାବେଶ ପାଇଁ ଅନୁଷ୍ଠିତ ସଭାରେ ଯୋଗଦେବାକୁ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ଅଭିମୁଖେ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର