୧୫ରେ ବଲାଙ୍ଗୀର ଆସିବେ ମୋଦୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଲାଙ୍ଗୀର ଗସ୍ତର କାର୍ଯ୍ୟସୂଚୀ ବଦଳିଛି। ସେ ୧୬ ତାରିଖ ପରିବର୍ତ୍ତେ ୧୫ ତାରିଖରେ ବଲାଙ୍ଗୀର ଆସିବେ। ଖୋର୍ଦ୍ଧା ଓ ବାରିପଦା ପରି ଏଠାରେ ମଧ୍ୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେ‌େବ। ବିଜେପି ବିଧ‌ାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଆଜି ଏହି ସୂଚନା ଦେଇଛନ୍ତି।

କମ୍ ଦିନ ବ୍ୟବଧାନରେ ମୋଦୀଙ୍କ ଲଗାତର ତିନି ଥର ଓଡ଼ିଶା ଗସ୍ତକୁ ରାଜନୈତିକ ମହଲରେ ବେଶ୍ ଗୁରୁତ୍ବ ଦିଆଯାଉଛି। ଉପକୂଳ ଓ ଉତ୍ତର ଓଡ଼ିଶା ପରେ ଏ‌ଥର ପଶ୍ଚିମ ଓଡ଼ିଶା ପାଳି। ବଲାଙ୍ଗୀରରେ ମୋଦୀଙ୍କ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାକୁ ହିଁ ଫୋକସ୍ କରାଯାଉଛି। ଖୋର୍ଦ୍ଧା ସମାବେଶରେ ମୋଦୀ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ନାମ ନ ନେଇଥିଲେ ମଧ୍ୟ ଅଡ଼ୁଆରେ ପକାଇଲା ପରି କିଛି ପ୍ରଶ୍ନ କରିଥିଲେ। କିନ୍ତୁ ବାରିପଦା ସମାବେଶରେ ଆହୁରି ନରମ ମନୋଭାବ ପୋଷଣ କଲେ। ଏହାକୁ ନେଇ ରାଜ୍ୟ ବିଜେପି ବି ଅକଳରେ ପଡ଼ିଯାଇଛି। ତେଣୁ ୧୫ ତାରିଖ ସମାବେଶରେ ମୋଦୀ ରାଜ୍ୟ ସରକାରଙ୍କ ପ୍ରତି କି ଆଭିମୁଖ୍ୟ ପୋଷଣ କରୁଛନ୍ତି, ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ସମ୍ବନ୍ଧିତ ଖବର