ଦାମଙ୍କ ବିରୋଧରେ ଥାନାରେ ଏତଲା

କଟକ : ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଗତକାଲି କଲେଜ ଛକରେ ଆୟୋଜିତ ସାଧାରଣ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାକୁ ନେଇ ମାଲଗୋଦାମ ଥାନାରେ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଏତଲା ଦିଆଯାଇଛି। ଦାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଦୁର୍ନୀତିର ଖଳନାୟକ’ କହିବା ରାଜ୍ୟର ସାମ୍ବାଧାନିକ ପଦବି ପ୍ରତି ଅମର୍ଯ୍ୟାଦା ଏବଂ ଏଭଳି ଅଭିଯୋଗ ଭିତ୍ତିହୀନ ତଥା ନିରାଧାର ଦର୍ଶାଇ ଅଭିଯୋଗ ରୁଜୁ କରାଯାଇଛି। ଦାମଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁରକ୍ଷା ସେନା ପକ୍ଷରୁ ରାଜ୍ୟ ସଚିବ ଦେବବ୍ରତ ମିଶ୍ର, ସତ୍ୟବ୍ରତ ପଣ୍ଡା, ଅରୁଣ କୁମାର ନାଏକ, ଜଟାଧାରୀ ଗୋଚ୍ଛାୟତ, ପ୍ରଭାକର ଦାସ, ଅଜୟ ସାହୁ, କୈଳାସ ବେହେରା, ଚନ୍ଦ୍ରଶେଖର ସେନାପତି ପ୍ରମୁଖ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ବିଶ୍ବାଳ ଏବ˚ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି ମଧ୍ୟ ଦାମ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏସିପି ତ୍ରିନାଥ ମିଶ୍ର କହିଛନ୍ତି ଯେ ସୁରକ୍ଷା ସେନା ପକ୍ଷରୁ ଯେଉଁ ଏତଲା ଥାନାରେ ଦିଆଯାଇଛି, ତାହାର ଅନୁଧ୍ୟାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ଏତଲା ରୁଜୁ ହୋଇନାହିଁ।

ସମ୍ବନ୍ଧିତ ଖବର