ଆଇଜି ଅମିତାଭ ଠାକୁର ଏସ୍‌ସିବିରୁ ଡିସ୍‌ଚାର୍ଜ

କଟକ : ଗତକାଲି ଓଡ଼ିଶା ପୁଲିସ୍‌ ମୁଖ୍ୟାଳୟରେ ଦୁର୍ଘଟଣାର ଶିକାର ହୋଇ ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ଆଇଜି ଅମିତାଭ ଠାକୁର ଆଜି ଡିସ୍‌ଚାର୍ଜ ହୋଇଛନ୍ତି। ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ପ୍ରତି ୪ଦିନରେ ଥରେ ଡ୍ରେସିଂ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଗତକାଲି ତାଙ୍କ କାର୍ଯ୍ୟାଳୟରେ ଥିବା ସମୟରେ ସେ ଏକ କାଚ ଟେବୁଲ୍‌ ଉପରେ ପଡ଼ିଯାଇଥିଲେ। ଫଳରେ କାଚ ଖଣ୍ଡ ତାଙ୍କ ଡାହାଣ ପଟ ଜଙ୍ଘରେ ପ୍ରାୟ ଅଢେଇ ଇଞ୍ଚ ପର୍ଯ୍ୟନ୍ତ ଭିତରକୁ ପଶିଯାଇଥିଲା ଓ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତୁରନ୍ତ ତାଙ୍କୁ ଏସ୍‌ସିବି କାଜୁଆଲ୍‌ଟି ଓ ପରେ ଜରୁରିକାଳୀନ ଓଟିରେ ଭର୍ତ୍ତି କରାଯାଇଥିଲା। କାଚକୁ ସୁରକ୍ଷିତ ବାହାର କରିବା ସହ ଯେଉଁ ମାଂସପେଶୀ କଟିଯାଇଥିଲା, ତାହାକୁ ମଧ୍ୟ ସଫଳତାର ସହ ଷ୍ଟିଚ୍‌ କରାଯାଇଥିଲା। ପରେ ତାଙ୍କୁ ସର୍ଜରୀର ୨ନମ୍ବର କ୍ୟାବିନ୍‌କୁ ପଠାଇ ଦିଆଯାଇଥିଲା। ଏବେ ସେ ସୁସ୍ଥ ହୋଇଥିବାବେଳେ କେବଳ ଡ୍ରେସିଂ ଓ ବିଶ୍ରାମ କରାଯିବାକୁ ପରାମର୍ଶ ଦିଆଯାଇଥିବା ସର୍ଜରୀ ବିଭାଗ ପ୍ରଫେସର ଡାକ୍ତର ଜଗମୋହନ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର