ପ୍ରଭାତ ବିଶ୍ୱାଳଙ୍କୁ ସମାୟିକ ଆଶ୍ୱସ୍ତି: ୨ମାସ ଲାଗି ସର୍ତ୍ତମୂଳକ ଜାମିନ୍‌ ଦେଲେ ହାଇକୋର୍ଟ

କଟକ: ସି-ସୋର ଚିଟ୍‌ଫଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ବିଜେଡ଼ି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମଙ୍ଗଳବାର ଓଡ଼ିଆ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। କଟକ ଚୌଦ୍ବାର ବିଧାୟକ ପ୍ରଭାତ ବିଶ୍ୱାଳ ଗତ କିଛି ମାସ ହେବ ଶାରୀରିକ ଅସୁସ୍ଥତା ହେତୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ। ତାଙ୍କ ଆବେଦନ ଉପରେ ବିଚାର କରି ଦୁଇ ସପ୍ତାହ ପୂର୍ବରୁ ହାଇକୋର୍ଟ ସିବିଆଇକୁ ମାମଲାର ଷ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାତଙ୍କୁ ମାତ୍ର ୨ମାସ ଲାଗି ଏହି ସର୍ତ୍ତମୂଳକ ଜାମିନ୍‌ ମିଳିଥିବା ଜଣାପଡ଼ିଛି। ୨ମାସ ପରେ ଯାଇ ସେ କୋର୍ଟରେ ହାଜର ହେବେ।

ସମ୍ବନ୍ଧିତ ଖବର