ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଶୁଣାଣି କୋଲକାତା ହାଇକୋର୍ଟରେ କରିବାକୁ ପିଟିସନ୍‌

କଟକ : ସିସୋର ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ଚୌଦ୍ୱାର -କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି କୋଲକାତା ହାଇକୋର୍ଟରେ କରିବା ପାଇଁ ନିବେଦନ କରି ସୁପ୍ରିମକୋର୍ଟରେ ଆଜି ମାମଲା ରୁଜୁ ହୋଇଛି। ସୁଧାଂଶୁ ଶେଖର ପରିଡା ଓ ଅକ୍ଷୟ କୁମାର ପଣ୍ଡାଙ୍କ ପକ୍ଷରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଶ୍ରୀ ବିଶ୍ୱାଳ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ସମର୍ଥକମାନେ ତଦନ୍ତକାରୀ ସଂସ୍ଥା ଉପରେ ଚାପ ସୃଷ୍ଟି କରିବା ଭଳି କାର୍ଯ୍ୟ କରୁଛନ୍ତି। ତେଣୁ ଓଡିଶା ହାଇକୋର୍ଟରେ ବିଚାରାଧୀନ ଶ୍ରୀ ବିଶ୍ୱାଳଙ୍କ ଜାମିନ ଆବେଦନ କୋଲକାତା ହାଇକୋର୍ଟକୁ ସ୍ଥାନାନ୍ତର କରାଯିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟରେ ଦାୟର ଟ୍ରାନ୍ସଫର ପିଟିସନରେ କେନ୍ଦ୍ର ସରକାର ଓ ପ୍ରଭାତ ବିଶ୍ୱାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ କ୍ଷୀରୋଦ ରାଉତ ଆବେଦନକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର