ଜେଲରେ ସୁରକ୍ଷାରେ ଅବ୍ୟବସ୍ଥା: କେନ୍ଦୁଝରରେ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଓଗଡରେ ଜେଲ୍‌ରୁ କଏଦୀ ଚମ୍ପଟ

କେନ୍ଦୁଝର/ଦେବଗଡ: କେନ୍ଦୁଝର ଜେଲ୍‌ରେ ହତ୍ୟା ମାମଲାରେ ଅଭିଯୁକ୍ତ ଥାଇ ଦଣ୍ଡ ଭୋଗୁଥିବା ରୁଡିଆ ପ୍ରଧାନ(୩୩) ରବିବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସେ ଏକ ଧାରୁଆ ବ୍ଲେଡ୍‌ରେ ଗଳା କାଟୁଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରୁଡିଆଙ୍କ ଘର କାଞ୍ଜିପାଣି ଥାନା ଅନ୍ତର୍ଗତ ଉପରଧାଙ୍ଗରପଡା ଗ୍ରାମରେ । ସେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ୨୦୦୯ ନଭେମ୍ବରରୁ ଆଜୀବନ କଏଦୀ ଭାବେ ରହୁଛନ୍ତି।

ସେହିପରି ଶନିବାର ଦେଓଗଡ ସ୍ୱତନ୍ତ୍ର ଉପକାରାଗାରରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି । ୨୦୧୩ରେ ଏକ ଗଞ୍ଜେଇ କାରବାର ମାମଲାରେ ଗାନ୍ଧୀ ପ୍ରଧାନ ନାମକ ବ୍ୟକ୍ତି ବିଚରାଧୀନ କଏଦୀ ଏଠାକୁ ଆସିଥିଲେ । ଶନିବାର ଅପରାହ୍ନରେ ସେ ଫେରାର ହୋଇଯାଇଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ଏହି ଘଟଣାରେ ସମ୍ବଲପୁର ଡିଆଇଜି ନିରଞ୍ଜନ ଜେନା ଓ ଜେଲ ସୁପରିଟେଣ୍ଡେଣ୍ଟ ବ୍ରହ୍ମାନନ୍ଦ ସାହୁ ଆସି ଘଟଣାର ତଦନ୍ତ କରିଛନ୍ତି । ଓ୍ଵାର୍ଡର ଅଚ୍ୟୁତାନନ୍ଦ ମହାରଣା ଓ ଅଭିଳାଷ ରଥଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର