ପୁରୀ: ଆଇଟିଆଇ କଲେଜ ପାଖ ନର୍ଦ୍ଦମାରୁ ଅଜ୍ଞାତ ବ୍ୟକ୍ତିଙ୍କର ଶବ ଉଦ୍ଧାର

ପୁରୀ: ରବିବାର ଦିନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପେଣ୍ଠକଟାସ୍ଥିତ ଆଇଟିଆଇ କଲେଜ ପାଖରେ ଥିବା ଏକ ନର୍ଦ୍ଦମା ନାଳରୁ ଏକ ଅପରିଚିତ ବ୍ୟକ୍ତିଙ୍କର ଶବ ମିଳିଛି।
ମୃତ ବ୍ୟକ୍ତିଙ୍କର ବୟସ ୪୦/୪୫ ଭିତରେ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ତାଙ୍କ ବେକରେ ଏକ ଦାଗ ଅଛି। ହୁଏ ତ ତାଙ୍କୁ କେହି ହତ୍ୟା କରିବା ପରେ ଏକ ବେଡ୍‌ସିଟ୍‌ରେ ଗୁଡ଼ାଇ ସେଠାରେ ଫିଙ୍ଗି ଦେଇଛି।

ଆଜି ସକାଳେ କଣ୍ଟ୍ରୋଲ୍‌ରୁମ୍‌ ଏଏସ୍‌ଆଇ ଦେବଦତ୍ତ ପ୍ରଧାନ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଅଳ୍ପ କେତେକ ଲୋକ ରୁଣ୍ଡ ହୋଇଥିବା ଦେଖି ସେଠାକୁ ଯାଇ ଶବ ପଡ଼ିଥିବା କଥା ଜାଣିଥିଲେ। ତୁରନ୍ତ ସେ ସମୁଦ୍ରକୂଳ ଥାନାକୁ ଖବର ଦେବା ପରେ ପୁଲିସ ଆସି ନର୍ଦ୍ଦମାରୁ ଶବ ବାହାର କରାଇ ଜବତ କରିଛି।
ପ୍ରାଥମିକ ତଦନ୍ତ ପରେ ଶବ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବାର ବ୍ୟବସ୍ଥା କରଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର