ପୁରୁଣାବନ୍ଧ ଗ୍ରାମରେ ଗୋଷ୍ଠୀ ସଂଘର୍ଷ, ୮ ଆହତ

ଛତ୍ରପୁର: ଆଜି ସନ୍ଧ୍ୟାରେ ଗଞ୍ଜାମ ଥାନା ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୁରୁଣାବନ୍ଧ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ମତ୍ସ୍ୟଜୀବୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟି ୮ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ସୁଧାକର ବେହେରା, ରବୀନ୍ଦ୍ର ବେହେରା, ବିଦ୍ୟାଧର ବେହେରା, ରଘୁନାଥ ବେହେରା, ହରି ବେହେରା, ରାଣୀ ବେହେରା, ଚଞ୍ଚଳି ବେହେରା, ସାବିତ୍ରୀ ବେହେରା, ଚୈତନ୍ୟ ବେହେରା,କାଳିଆ ବେହେରା, ଅନନ୍ତ ବେହେରା ଓ ଦିବ୍ୟାଙ୍ଗ ମହିଳା ଦୁଇତା ବେହେରା ରହିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଛତ୍ରପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଗୁରୁତରଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାମୁତାବକ, ପୁରୁଣାବନ୍ଧ ଏକ କୂଅକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏ ନେଇ ପୂର୍ବରୁ ଗଞ୍ଜାମ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ଆଜି ସନ୍ଧ୍ୟାରେ ରବୀନ୍ଦ୍ର ବେହେରା ଘରକୁ ଫେରିବା ବେଳେ ରାସ୍ତାରେ ଏକୁଟିଆ ଦେଖି ଅନ୍ୟ ଗୋଷ୍ଠୀର ବାବୁଲା ବେହେରା, ରମେଶ ବେହେରା, ଇନ୍ଦ୍ର ବେହେରା, ଚଇ ବେହେରା ଏବଂ ଲଡୁ ବେହେରାଙ୍କ ସମେତ ୧୨ ଜଣ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେଠାରୁ ରବୀନ୍ଦ୍ର ଖସି ଆସିଥିବା ବେଳେ ସେମାନେ ଗୋଡ଼ାଇ ଘର ପର୍ଯ୍ୟନ୍ତ ଆସିଥିଲେ । ଘର ନିକଟରେ ଅନ୍ୟମାନେ ଅଟକାଇ ଥିବାବେଳେ ସେମାନଙ୍କୁ ମଧ୍ୟ ଆକ୍ରମଣର ଶିକାର ହେବାକୁ ପଡ଼ିଥିଲା ବୋଲି ଆହତମାନେ କହିଥିଲେ।

ସମ୍ବନ୍ଧିତ ଖବର