ଭୁବନେଶ୍ବର : ରେଳଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମଧ୍ୟ ଦେଇ ଚାଲୁଥିବା, ଏହା ପରିସୀମା ମଧ୍ୟରୁ ଛାଡୁଥିବା ଏବଂ ଚଳାଚଳ କରୁଥିବା ୬ ଯୋଡ଼ା ଟ୍ରେନ୍ ସେବାକୁ ସମ୍ପ୍ରସାରିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ରାଉରକେଲା-କୋରାପୁଟ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ(୧୮୧୦୭/୧୮୧୦୮)କୁ ଜଗଦଳପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସ୍ଥିର ହୋଇଥିବା ବେଳେ ହାୱଡ଼ା-ବିଜୟୱାଡା-ହାୱଡ଼ା ହମସଫର ଏକ୍ସପ୍ରେସ(୨୨୮୮୯/୨୨୮୯୦) ତିରୁପତିକୁ, ଭିଲୁପୁରମ-ଖଡ଼ଗପୁର-ଭିଲୁପୁରମ ଏକ୍ସପ୍ରେସ (୧୨୬୦୪/୧୨୬୦୩)କୁ ପୁରୁଲିଆକୁ, ପୁରୀ-ବଡ଼ବିଲ-ପୁରୀ ଏକ୍ସପ୍ରେସ (୧୮୪୧୫/୧୮୪୧୬) କୁ ରାଉରକେଲାକୁ, କଟକ-ବ୍ରହ୍ମପୁର-କଟକ ମେମୁ(୬୮୪୩୩/୬୮୪୩୪)କୁ ଇଚ୍ଛାପୁର ପର୍ଯ୍ୟନ୍ତ ଓ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜର (୫୮୫୨୬/୫୮୫୨୫)କୁ ବ୍ରହ୍ମପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସ୍ଥିର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ-ବ୍ରହ୍ମପୁର-କଟକ ମେମୁ ଓ ବିଶାଖାପାଟଣା-ପଲାସା-ବିଶାଖାପାଟଣା ପାସେଞ୍ଜରର ସମ୍ପ୍ରସାରଣ ଆସନ୍ତା ୨୬ ତାରିଖଠାରୁ ଧାର୍ଯ୍ୟ କରାଯାଉଥିବା ବେଳେ ରାଉରକେଲା-କୋରାପୁଟ ଏକ୍ସପ୍ରେସ, ହାଓଡ଼ା-ବିଜୟୱାଡା ହମସଫର ଏକ୍ସପ୍ରେସ, ଭିଲୁପୁରମ-ଖଡ଼ଗପୁର ଏକ୍ସପ୍ରେସ ଓ ପୁରୀ-ବଡ଼ବିଲ ଏକ୍ସପ୍ରେସର ସମ୍ପ୍ରସାରଣ କୁ ପର୍ଯ୍ୟାୟକ୍ରମେ କରାଯିବାକୁ ସ୍ଥିର ହୋଇଛି। ରେଳମନ୍ତ୍ରୀ ପିୟୁଷ ଗୋୟଲ ଆଜି ନୂଆଦିଲ୍ଲୀଠାରେ ସମଗ୍ର ଭାରତୀୟ ରେଳପଥରେ ସମୁଦାୟ ୨୨ ଯୋଡ଼ା ଟ୍ରେନ୍ର ସମ୍ପ୍ରସାରଣକୁ ଘୋଷଣା କରିଥିବାବେଳେ ଏଥିମଧ୍ୟରୁ ପୂର୍ବତଟ ରେଳପଥର ଛଅ ଯୋଡ଼ା ଟ୍ରେନ୍ ରହିଛି।