୨୦ରେ ରାଜା ଆଚାର୍ଯ୍ୟ ଜାମିନ ଶୁଣାଣି

କଟକ : ହାଇକୋର୍ଟରେ ସନ୍ଦୀପ ଓରଫ ରାଜା ଆଚାର୍ଯ୍ୟଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୦ରେ କରାଯିବ। ଭୁବନେଶ୍ୱରସ୍ଥିତ ନିମ୍ନ ଅଦାଲତରେ ବିଚାରାଧୀନ ମାମଲାରେ ଏପ୍ରିଲ ୧୬ରେ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ କରାଯାଇଛି। ଏହା ପରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। ନିମ୍ନ ଅଦାଲତରେ ସାକ୍ଷୀମାନେ ଦେଇଥିବା ବୟାନକୁ ଜାମିନ ଆବେଦନର ଶୁଣାଣି ସମୟରେ ଉପସ୍ଥାପନ କରାଯିବ। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ରାଜାଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ପୂର୍ବରୁ ଆବେଦନକାରୀଙ୍କ ବିରୋଧରେ କେତୋଟି ମାମଲା ରହିଛି ସେ ସଂପର୍କରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ଅପହରଣ ଓ ଦାଦା ବଟି ଆଦାୟକୁ ନେଇ ରାଜାଙ୍କ ବିରୋଧରେ ଭୁବନେଶ୍ୱର ଅଦାଲତରେ ମାମଲା ବିଚାରାଧୀନ ରହିଛି। ନିମ୍ନ ଅଦାଲତ ତାଙ୍କ ଜାମିନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର