ଓଡ଼ିଆରେ ରାଜ୍ୟସଭାରେ ଶପଥ ନେଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ

ରାଜ୍ୟସଭା ଅଧ୍ୟକ୍ଷ କହିଲେ, ‘ ଓଡ଼ିିଆ, ବଢ଼ିଆ’

ନୂଆଦିଲ୍ଲୀ: ଓଡ଼ିଶାରୁ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ବିଜେଡିର ୩ ଜଣ ସାଂସଦ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଆଜି ପୂର୍ବାହ୍ନ ୧୧ଟାରେ ରାଜ୍ୟସଭା ସଦସ୍ୟ ରୂପେ ଶପଥ ନେଇଛନ୍ତି।
ଓଡ଼ିଶାର ୩ ସାଂସଦ ଦିଲ୍ଲୀପ ତିର୍କୀ, ଅନଙ୍ଗ ଉଦୟ ସିଂହଦେଓ ଓ ଏ ଭି ସ୍ୱାମୀଙ୍କର ରାଜ୍ୟସଭା କାର୍ଯ୍ୟକାଳ ଗତକାଲି ଶେଷ ହୋଇଛି। ସେମାନଙ୍କ ସ୍ଥାନରେ ସୃଷ୍ଟି ହୋଇଥିବା ରାଜ୍ୟସଭା ଆସନ ପାଇଁ ବିଜେଡିର ଶ୍ରୀ ନନ୍ଦ, ଶ୍ରୀ ପଟ୍ଟନାୟକ ଓ ଶ୍ରୀ ସାମନ୍ତ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।
ଆଜି ରାଜ୍ୟସଭା କାର୍ଯ୍ୟକାଳ ଆରମ୍ଭ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ନୂତନ ସଭ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ପ୍ରଥମେ କର୍ଣ୍ଣାଟକର ଦୁଇଜଣ ସଦସ୍ୟ କନ୍ନଡ଼ ଗଭାଷାରେ ଶପଥ ନେବା ପରେ ଓଡିିଶାରୁ ରାଜ୍ୟସଭାକୁ ନିର୍ବାଚିତ ପ୍ରଶାନ୍ତ ନନ୍ଦ ଶପଥ ଗ୍ରହଣ କରିଥିଲେ। ଶ୍ରୀ ନନ୍ଦ ଓଡ଼ିଆରେ ଶପଥ ନେବା ପରେ ସୌମ୍ୟରଞ୍ଜନ ପଟ୍ଟନାୟକ ଶପଥ ଗ୍ରହଣ କରିଥିଲେ। ଶ୍ରୀ ପଟ୍ଟନାୟକ ଓଡ଼ିଆରେ ଶପଥ ନେଇଥିଲେ। ପରେ ଅଚ୍ୟୁତାନନ୍ଦ ସାମନ୍ତ ମଧ୍ୟ ଓଡ଼ିିଆରେ ଶପଥ ନେଇଥିଲେ। ଓଡ଼ିିଆରେ ଓଡ଼ିଶାର ରାଜ୍ୟସଭା ସଦସ୍ୟମାନେ ଶପଥ ନେବା ବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ନାଇଡୁ ‘ ଓଡ଼ିଆ, ବଢ଼ିଆ’ କହିବା ସହିତ ଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ସ୍ୱାଗତ କରି ‘ କଂଗ୍ରାଚୁଲେସନ୍‌’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର