ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ଅଧ୍ୟକ୍ଷ ବିଜେଡିରେ ମିଶିଲେ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଓ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଅଧ୍ୟକ୍ଷ ଆଇନଜୀବୀ ମାନସ ଦାସ, ସାମଜିକ କର୍ମୀ ସୁଜାତା ମାନସ, ମଞ୍ଚର ସମସ୍ତ ଜିଲ୍ଲାରେ ଥିବା ଶାଖା ନେତୃବୃନ୍ଦ ଏବଂ ହଜାର ହଜାର ସଦସ୍ୟ ବିଜେଡିରେ ଯୋଗ‌‌ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଦଳକୁ ସ୍ବାଗତ କରିବା ସହ କହିଥିଲେ ଯେ, ଏହି ଯୋଗଦାନ ବିଜେଡିକୁ ସମୃଦ୍ଧ କରିବ। ଏଥିରେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଏମ୍‌ସିର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର