ଭୁବନେଶ୍ବର : ଦ୍ରୁତଗତି ହିଁ ବିପତ୍ତି ଆଣିଲା। ଅଧିକ ବେଗରେ ଯାଉଥିବା ହେତୁ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କଟକ ଜଗତପୁର ପୁଲିସ ଡ୍ରାଇଭର ଲମ୍ବୁ ନାଁରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି । ଦୁର୍ଘଟଣା ପରେ ଡ୍ରାଇଭର ଲମ୍ବୁ କିନ୍ତୁ ଷ୍ଟିଅରିଂ ଭିତରେ ଫସି ରହିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଷ୍ଟିଅରିଂକୁ କଟରରେ କାଟି ତାଙ୍କୁ ଉଦ୍ଧାର କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଜଗନ୍ନାଥ ବସରେ ଯାତ୍ରା କରୁଥିବା ଯାତ୍ରୀ ବି ନିଜେ ଏହି ବୟାନ ଦେଇଛନ୍ତି। ଯାତ୍ରୀଙ୍କ କହିବା କଥା ହେଲା, ବସ ଅତି ଦ୍ରୁତଗତିରେ ଥିଲା । ଏପରିକି ଏହାର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ରହିଥିଲା । ଜାତୀୟ ରାଜପଥରେ ଏଭଳି ଦ୍ରୁତଗତିରେ ଗାଡିଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଡ୍ରାଇଭର ଗାଡିକୁ ଅତି ଦ୍ରୁତଗତିରେ ଚଳାଉଥିଲେ ।
ବସ ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ ଜଣଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତି କରାଯାଇଛି । ବର୍ତ୍ତମାନ କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟ ୮ଜଣ ଆହତଙ୍କୁ ସେମାନଙ୍କ ପରିବାର ବର୍ଗ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ନେଇଯାଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । ଏକ ସ୍ୱତନ୍ତ୍ର ଟିମ୍ କରି ରୋଗୀଙ୍କ ଚିକିତ୍ସା କରାଯାଉଛି । ସେପଟେ ମୃତ ୧୦ଜଣଙ୍କ ଶବ ବ୍ୟବଛେଦ ଚାଲିଛି । ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ମୃତକଙ୍କ ମଧ୍ୟରେ ୭ପୁରୁଷ ଓ ୩ଜଣ ମହିଳା ରହିଛନ୍ତି ।