ଭୁବନେଶ୍ୱର: ଜୟଦେବ ଜୟନ୍ତୀ ପାଇଁ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରିଲା

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ହେଉଛି ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଶ୍ରୀଗୀତଗୋବିନ୍ଦର ସ୍ରଷ୍ଠା ମହାକବି ଶ୍ରୀ ଜୟଦେବଙ୍କର ଆଜି ଜୟନ୍ତୀ। ଏଥିପାଇଁ ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀ ଜୟଦେବ ଜୟନ୍ତୀ ପାଳନ ପାଇଁ ଆଜି ସକାଳୁ ପୁରୁଣା ଭୁବନେଶ୍ୱରସ୍ଥିତ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଠାରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାହାରି ଶ୍ରୀ ଜୟଦେବଙ୍କ ଜନ୍ମପୀଠ କେନ୍ଦୁଲି ଅଭିମୁଖେ ଯାତ୍ରା କରିଛି।

ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଛି। ରାଧାକୃଷ୍ଣ,  ହନୁମାନ ବେଶରେ କଳାକାର ମାନେ ସଜ୍ଜିତ ହୋଇ ଏହି ସଂକୀର୍ତ୍ତନ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର